SunstarTV
ସର୍ବସମ୍ମତିକ୍ରମେ ରଣପୁର ବିଧାୟିକା ସୁରମା ପାଢ଼ୀ ଗୁରୁବାର ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ସୁରମା ନିର୍ଦ୍ବନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଠାରୁ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।
ଦାୟିତ୍ବ ଗ୍ରହଣ ପରେ ବାଚସ୍ପତି ଗୃହ ପରିଚାଳନା କରିଛନ୍ତି। ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ଥିଲେ। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରି ଏହି ପଦବୀରେ ବସାଇନ୍ତି । ଦାୟିତ୍ବ ଗ୍ରହଣ ପରେ ସୁରମା କହିଛନ୍ତି ଓଡିଶାର ସାଢ଼େ ଚାରି କୋଟି ଜନତାଙ୍କ ଏବଂ ଓଡିଶାର ଅସ୍ମିତାକ ଆଖି ଆଗରେ ରଖି ସଭିଏଁ କାମ କରିବା ସହ ଗୃହର ମର୍ଯ୍ୟାଦା ରକ୍ଷା କରିବା ପାଇଁ କାର୍ଯ୍ୟ କରାଯିବ ।