SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ନିର୍ବାଚନ ସରିବା ପରେ ଏବେ ଚିନ୍ତା ବଢାଉଛି ଅକାଶ ଛୁଆଁ ପରିବା ଦର । ପରିବା ବଜାରରେ ସତେ ଯେପରି ନିଆଁ ଲାଗିଛି । ଫଳରେ ଦାମ ବୃଦ୍ଧିରେ ଲାଗୁନି ଲଗାମ । ଗତ କିଛି ଦିନ ହେବ ବଜାରରରେ ସବୁ ପରିବା ୫୦ ଟଙ୍କା ଉପରେ ରହିଛି । ସେହିପରି ସବୁଠାରୁ ଉପରେ ହିଛି ଟମାଟୋ ପୋଟଳ ଏବଂ ଢୁଡଙ୍କ । କଟକ ଭୁବନେଶ୍ୱର ସମେତ ଅନ୍ୟ କିଛି ସହରରେ ମଧ୍ୟ ପରିବା ଦର ଆକାଶ ଛୁଁଆ ହୋଇଛି । ଯଦି କଟକର ଛତ୍ରବାଜାର ପରିବା ହାଟକୁ ଦେଖାଯାଏ ତବେ ସେଠାରେ ଆଲୁ କିଲୋ ପ୍ରତି ୩୫ ଟଙ୍କା ଥିବା ବେଳେ ପିଆଜ ୪୦ ଟଙ୍କା ରହିଛି । ସେହିପରି ଭେଣ୍ଡି ୫୦ ଟଙ୍କା ପୋଟଳ ୪୦ରୁ ୬୦ ଟଙ୍କା ଟମାଟୋ ୭୫ ଟଙ୍କା ରହିଛି । ଭୁବନେଶ୍ୱରରେ ପରିବା କିଣିବାକୁ ସାଧାରଣ ଖାଉଟିଙଅକୁ ଡର ଲାଗୁଛି । ୫୦୦ ଟଙ୍କାରେ ପରିବା କିଣିଲେ ମଧ୍ୟ ଅଧା ବ୍ୟାଗ ମଧ୍ୟ ପୁରା ହେଉନାହିଁ । ଏଠାରେ ପୋଟଳ କିଲୋ ୬୦ରୁ ୮୦ ଟଙ୍କା ରହିଥିବା ବେଳେ ଟମାଟୋ କିଲୋ ୧୦୦ କାକୁଡୁ କୋଲି ୮୦ ରହିଛି । ସେହିପରି ସମ୍ବଲପୁରେ ଝୁଡଙ୍ଗ ୧୨୦ ଟଙ୍କା, ଟମାଟୋ ୧୦୦ ଟଙ୍କା ରହିଛି । ଅନ୍ୟ ସବୁ ପରିବାର ଦର ମଧ୍ୟ ୫୦ ଟଙ୍କା ରହିଛି ।
ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢିବାରେ ଲାଗିଛି । ଡାଲି, ତେଲ, ଗହମ ଜାତୀୟ ସାମଗ୍ରୀ ଏବଂ ଦୁଗ୍ଧ ଆଦି ଅଧିକାଂଶ ସାମଗ୍ରୀ ଉପରମୁହାଁ ହୋଇ ଚାଲିଛି । ଗୋଦାମରେ ହରଡ଼ ଡାଲି କେଜି ୧୭୦ରୁ ୧୮୦ ଟଙ୍କା ରହିଛି । ବୁଟ ଡାଲି ୯୦ ଟଙ୍କା, ମୁଗ ଡାଲି ୧୧୦ରୁ ୧୨୦ ଟଙ୍କା ରହିଛି । ସେହିପରି ସୋରିଷ ତେଲ ଲିଟର ୧୩୫ ରୁ ୧୫୫ ଟଙ୍କା ରହିଥିବା ବେଳେ ସନଫ୍ଲାୱାର ତେଲ ଲିଟର ୧୧୨ ଟଙ୍କାରେ ବିକ୍ରି ହେଉଛି । ଏହା ସହ ୨୬ କେଜି ସ୍ୱର୍ଣ୍ଣ ଚାଉଳ ପ୍ୟାକେଟ୍ ୯୨୦ ଟଙ୍କାରୁ ବଢି ହଜାରେ ଟଙ୍କା ରହିଛି ।