SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପିଛା ଛାଡୁନି ସମସ୍ୟା । ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଜେପି ନେତା ଅନୁଭବ । ପୂର୍ବରୁ ତାଙ୍କ ରାଜନୈତିକ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି ।
ତେବେ ଅନୁଭବଙ୍କୁ ନେଇ ଆସିଛି ଏକ ଖବର । ପୁଣି ଥରେ ଆଜି କୋଟରେ ହାଜର ହେଲେ ବିଜେପି ନେତା ଅନୁଭବ ମହନ୍ତି ପାରିବାରିକ କଳହକୁ ନେଇ କୋଟରେ ସେ ହାଜର ହୋଇଛନ୍ତି । ତେବେ ନିର୍ବାଚନ ସମୟରେ ଅନୁଭବଙ୍କ ନାଁରେ ଜାମିନ୍ ବିହୀନ ପରୱାନା (ଏନ ବି ଡବ୍ଲୁ ) ଜାରି ହୋଇଥିଲା । ତେବେ ପାରିବାରିକ ହିଂସାକୁ ନେଇ କୋଟର ଦ୍ୱାରସ୍ଥ ହୋଇଥିଲେ ତାଙ୍କ ପୂର୍ବ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଯହାପରେ ଜେଏମ୍ଏଫସି କୋଟ ଅନୁଭବଙ୍କ ନାଁରେ ଏନ ବି ଡବ୍ଲୁ ଜାରି କରିଥିଲା । ତେବେ ହାଇକୋର୍ଟଙ୍କ ନର୍ଦ୍ଦେଶ ଅନୁସାରେ ଅନୁଭବ ଏବଂ ତାଙ୍କର ଦୁଇ ସହେଯାଗୀ କୋର୍ଟରେ ହାଜର ହୋଇଛନ୍ତି ।
ଯେତେବେଳେ ଅନୁଭବ ନାଁରେ କୋର୍ଟ ଏହି ଜାମିନ୍ ବିହୀନ ପରୱାନା ଜାରି କରିଥିଲା ସେତେବେଳେ ସେ କୋର୍ଟରେ ହାଜର ହୋଇ ନଥିଲେ । କାରଣ ସେତେବେଳେ ସେ ତାଙ୍କର ଚାର୍ଜ ଫ୍ରେମ ପାଇଁ ଲାଗି ଏପରି କରିଥିଲେ ।ଫଳରେ ତାଙ୍କ ଉପରେ ଏନବିଡବ୍ଲୁ ଜରି ହଇଥିଲା । ଏହି ଘଟଣାକୁ ନେଇ ସେତେବେଳେ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଏପରି କି ଏହି ଘଟଣା ଉପରେ ଅନୁଭବ ମହାନ୍ତି ନିଜର ମନ୍ତବ୍ୟ ମଧ୍ୟ ରଖିଥିଲେ । ଅନୁଭବ ଆଜି କୋର୍ଟରେ ହାଜର ହଇଥିବା ଜଣାଡିଛି । ତେବେ ଅନୁଭବ ତାଙ୍କର ପୂର୍ବ ପତ୍ନୀ ତଥା ବର୍ଷାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଫଳରେ କୋଟ ଅନୁଭଙ୍କ ନାଁ ରେ ଏନବିଡବ୍ଲୁ ଜାରି କରିଥିଲା କୋର୍ଟ ।