SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ଓଡିଶା ରାଜନୀତିରେ ଏକ ଇତିହାସ ସୃଷ୍ଟି କରିଛି । ୨୪ ବର୍ଷର ସରକାର ଆଜି ବିରୋଧୀ ଦଳରେ ପରିଣତ ହୋଇଛି । ଆଉ ଓଡିଶାରେ ଆରମ୍ଭ ହୋଇଛି ବିଜେପି ସରକାର । ତେବେ ଚଳିତ ନିର୍ବାଚନରେ ବିଜେଡି ହାରିବା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ ନେତା ମନ୍ତ୍ରୀଙ୍କୁ ଡାକି ବୈଠକ କରିବା ପରାଜୟର ପ୍ରକୃତ କାରଣ ପଚାରି ବୁଝିଥିଲେ ।ଯାହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ମହୋଇଥିଲା । ୨୪ ବର୍ଷ ମଧ୍ୟରେ ଯାହା ହୋଇ ନଥିଲା ତାହା ୨୪ ନିର୍ବାଚନ ପରେ ହୋଇଛି । ତେବେ ପୁଣି ଥରେ ଦଳର ମୁଖିଆ ଏକ ବୈଠକ କାଡିଛନ୍ତି । ଆଜି ଅପରାହ୍ନରେ ଶଙ୍ଖ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ବିଧାୟକ ଦଳ ନେତା ବଛାଯିବା ସହ ଆଗାମୀ ଦିନରେ କଣ ରହିବ ରାଜନୈତିକ ଏଜେଣ୍ଡା ସେ ସମ୍ପର୍କରେ ଆଲୋଚନା ହେବ ଆଉ ବ୍ଲୁ ପ୍ରିଣ୍ଟ କରାଯିବ ।
ତେବେ ୨୪ ବର୍ଷ ପରେ ବିଜେଡି ପ୍ରଥମ ଥର ପାଇଁ ୫୧ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ । ବିଜେଡି ୨୪ ନିର୍ବାଚନରେ ଶାସକରୁ ବିରୋଧୀ ହୋଇଥିବା ବେଳେ ରାଜ୍ୟସ୍ୱାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ନିଜ ସ୍ୱର ଶାଣିତ କରିବ । ଏଥିସହିତ ୨୪ ବର୍ଷର ବିଜେଡି ଶାସନରେ ଯେଉଁସବୁ ବିକାଶ ହୋଇଛି ତାକୁ ନୂଆ ସରକାର କିପରି ଆଗେଇ ନେଉଛନ୍ତି ତାହା ଉପରେ ମଧ୍ୟ ଦଳ ତୀକ୍ଷ୍ଣ ନିଜର ରଖିବ । ତେବେ ଆଜିର ଏହି ବୈଠକରେ ବିରୋଧୀ ଦଳର ନେତା ଚୟନ କରାଯିବ ଦଳର ମୁଖିଆ ନବୀନ ବିରୋଧୀ ଦଳର ନେତା ହୋଇପାରନ୍ତି । ଏନେଇ ବିଜେଡିର ଅଧିକାଂଶ ନବ ନିର୍ବାଚିତ ବିଧାୟକମାନେ ପ୍ରସ୍ତବ ଦେଇଛନ୍ତି ।
ତେବେ ଦୀର୍ଘ ୨୪ ବର୍ଷ ହେବ ନବୀନ ପଟ୍ଟନାୟକ ଓଡିଶାର ନେତୃତ୍ୱ ନେଇ ତାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ ଓଡିଶାକୁ ବିକାଶ ପଥରେ ଆଗେଇ ନେଇଥିଲେ । ତାଙ୍କର ଅଭିଜ୍ଞତା ଓ ଅନୁଭୂତି ବିଧାନସଭା ଗୃହରେ ବିରୋଧୀ ଦଳ ନେତା ଭାବେ ବେଶ ସହାୟକ ହେବ । ଏଥିସହିତ ଶାସକ ଦଳ ସହ ବିରୋଧୀ ଆମ୍ନାସାମ୍ନା ମଧ୍ୟ ବେଶ ରୋଚକ ରହିବ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସର୍ବୋଚ୍ଚ ନେତା ଥିଲେ , ଅଛନ୍ତି ଏବଂ ରହିବେ ମଧ୍ୟ । ତେଣୁ ବିଧାୟକ ଦଳର ବୈଠକରେ ନବୀନ ହିଁ ଗୃହର ନେତା ଭାବେ ନିର୍ବାଚିତ ହୁଅନ୍ତୁ ବେଲି ଦଳୀୟ ନେତା କହିଛନ୍ତି । ତେବେ ଆଜିର ବୈଠକ ସରିବା ପରେ ହିଁ ଜଣାପଡିବ କିଏ ହେବ ବିରୋଧୀ ଦଳର ନେତା । ତା ଉପରେ ରହିଛି ସମସ୍ତଙ୍କ ନଜର ।