Sunstar TV
ଅସହ୍ୟ ତାତିରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଗତକାଲି ଠୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପାଦ ଥାପିଛି ବର୍ଷା । ଏନେଇ ଭୁବନେଶ୍ୱରବାସୀ ତାତିରୁ ପାଇଛନ୍ତି ସାମାନ୍ୟ ଆଶ୍ୱସ୍ତି । ତେବେ ପାଗ ଅନୂକୁଳ ଥିବାରୁ କାଲିଠୁ ହେଉଛି ବର୍ଷା । ଆଗକୁ ବଢିପାରେ ବର୍ଷା । ଆଉ ବୁଡିଯାଇପାରେ ଓଡିଶା । ହଁ ଦର୍ଶକବନ୍ଧୁ କାଲି ଭଳି ଆଜିବି ଛେଚିପାରେ ବର୍ଷା । ହୋଇପାରେ ଘଡଘଡି ସହ ବିଜୁଳି । ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରନ୍ତୁ । କାରଣ ରହି ରହି ଆସୁଛି ମୌସୁମୀ । କେତେବେଳେ ଖରାରର ପ୍ରକୋପ ରହୁଛି ତ କେତେବେଳେ ହଠାତ୍ ଆକାଶରେ ଘୋଟି ଆସୁଛି କଳାବାଦଲ । ଆଉ ଢାଳି ଦେଇ ଚାଲିଯାଉଛି ।
ଗତକାଲି ଦୀର୍ଘ ୨ଘଣ୍ଟା କାଳ ବର୍ଷା ହେବା ପରେ ରାସ୍ତାଘାଟରେ ଜମିଥିଲା ପାଣି । ଫଳରେ ଯାତାୟତରେ ଉପୁଜିଥିଲା ନାନା ଅସୁବିଧା। ତେବେ ଆସନ୍ତା ୨୪ ତାରିଖ ସୁଦ୍ଧା ମୌସୁମୀ ପୁରା ଓଡିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ପ୍ରବଳ ଗରମ ଓ ଗୁଳୁଗୁଳିରୁ ମିଳିଛି ରକ୍ଷା । ଅସହ୍ୟ ତାତିରେ କଲବଲ ହେଉଥଲା ଜନଜୀବନ ।
ତତଲା ତାୱାରେ ସିଝୁଥିଲା ପୁରା ଓଡିଶା । ହେଲେ ଗତକାଲି ଠାରୁ ବର୍ଷା ହେବାରୁ ଜନଜୀବନକୁ ମିଳିିଛି ଶାନ୍ତି । ଅନେକ ଦିନରୁ ଅସହ୍ୟ ତାତିର ନିର୍ଯାତନା ସହୁଥିବା ଭୁବନେଶ୍ୱର ଟିକିଏ ବର୍ଷା ପାଇଁ ଆଉଟୁପାଉଟୁ ହେଉଥିଲା । ଗତକାଲି ମୌସୁମୀର ଝମାଝମ୍ ବର୍ଷା ସହ ସାରା ସହରରେ ଖୁସି ବାଣ୍ଟି ଦେଇଛି । କିନ୍ତୁ ରାଜଧାନୀବାସୀଙ୍କ ଏହି ଖୁସି ବାସ୍ କେଇ ମୁହୂର୍ତ୍ତ ପାଇଁ ରହିଥିଲା । କାରଣ ଏହି ଅସରାଏ ବର୍ଷା ବନ୍ଦ ହେବା ପୂର୍ବରୁ ବୁଡ଼ି ସାରିଥିଲା ସମ୍ପୂର୍ଣ୍ଣ ସହର ।