Sunstar Tv
PM Modi Nalanda Visit: ବୁଧବାର ପ୍ରଧାନମନ୍ତ୍ରୀ ମୋଦି ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଉଦଘାଟନ କରିଛନ୍ତି । ଦୁଇ ଦଶନ୍ଧି ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ୨୦୧୦ରେ ସଂସଦର ଏକ ଅଧିନିୟମ ମାଧ୍ୟମରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା।
୧୪ଛାତ୍ରଙ୍କ ସହିତ ଏକ ଅସ୍ଥାୟୀ ସ୍ଥାନରେ କାର୍ଯ୍ୟ ଆରମ୍ଭ ହେବା ସହ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ୨୦୧7ରେ ଆରମ୍ଭ ହୋଇଥିଲା । ତେବେ ଆଧୁନିକ ଯୁଗରେ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ମନେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ଏହା ଯୁବକମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ଏକ୍ସରେ ଏକ ପୋଷ୍ଟ ସେୟାର କରି ମୋଦି ଲେଖିଛନ୍ତି, ଏହା ଶିକ୍ଷା ପାଇଁ ଏକା ଖାସ ଦିନ । ଆଜି ସକାଳ ୧୦.୩୦ରେ ରାଜଗିରରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଉଦଘାଟନ କରାଯାଇଥିଲା । ମୋଦି ଆହୁରି କହିଛନ୍ତି, ଆମର ଗୌରବମୟ ଅଂଶ ସହ ନାଳନ୍ଦାର ଏକ ଦୃଢ ସଂଯୋଗ ରହିଛି’।
ଉଦଘାଟନ ସମାରୋହରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ବ୍ରୁନେଇ, ଦାରୁସଲାମ, କାମ୍ବୋଡିଆ, ଚୀନ୍, ଇଣ୍ତୋନେସିଆ, ଲାଓସ୍,ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ତ, ପର୍ତ୍ତୁଗାଲ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ସହ ମୋଟ୍ ୧୭ଟି ଦେଶର ଦୂତମାନେ ଯୋଗ ଦେଇଥିଲେ ।
ସେହିପରି ଏସ୍ ଜୟଶଙ୍କର, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେତର, ନୀତିଶ କୁମାର ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ଅରବିନ୍ଦ ପାନାଗରିଆ ଯୋଗ ଦେଇଥିଲେ ।