SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବିଶ୍ୱ ପାଇଁ ଶେଷ ଦିନ ହୋଇ ପାରେ ୨୯ ଜୁନ୍। ଏଭଳି ଏକ ଭବିଷ୍ୟବାଣୀ କରିଛନ୍ତି ଭାରତୀୟ ଜ୍ୟୋତିଷଶାସ୍ତ୍ରୀ କୁଶାଲ କୁମାର। ନିକଟରେ ଏକ ଇଣ୍ଟରଭ୍ୟୁରେ କୁଶାଲ କହିଛନ୍ତି, ବିଶ୍ବରେ ଖୁବ୍ ଶୀଘ୍ର ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ୨୯ ଜୁନ୍ ଭିତରେ କେବେ ବି ହୋଇପାରେ। ୨୯ ଜୁନ୍ ଦୁନିଆ ପାଇଁ ଖୁବ୍ ବିପଦଜନକ ଦିନ। ଜ୍ୟୋତିଷଶାସ୍ତ୍ରୀ କୁଶାଲ କୁମାର ଇସ୍ରାଏଲ- ହମାସ, ଋଷ-ନାଟୋ, ଉତ୍ତର କୋରିଆ- ଦକ୍ଷିଣ କୋରିଆ ଓ ଚୀନ୍-ତାଇଓ୍ବନ ମଧ୍ୟରେ ବିବାଦ ବଢିବାର ଭବିଷ୍ୟବାଣୀ କରିଛନ୍ତି।
କୁଶାଲ କହିଛନ୍ତି, ସେ ଭବିଷ୍ୟବାଣୀ କରିବା ପାଇଁ ବୈଦିକ ଜ୍ୟୋତିଷ ଚାର୍ଟର ଉପଯୋଗ କରିଛନ୍ତି, ଯାହାକି ହିନ୍ଦୁ ସଂସ୍କୃତି ଉପରେ ଆଧାରିତ। ଗ୍ରହ ଓ ନକ୍ଷତ୍ରକୁ ପଢିବା ପରେ ମୁଁ ସଠିକ ତାରିଖ କହିଛି ଯେ,କେବେ ତୃତୀୟ ବିଶ୍ବଯୁଦ୍ଧ ଆରଆମ୍ଭ ହୋଇପାରେ। ସେ କହିଛନ୍ତି, ମଙ୍ଗଳବାର ୧୮ ଜୁନ୍ ୨୦୨୪ରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ କରିବାର ଦିନ। ତେବେ ସେ କହିଥିଲେ ୧୦ ଓ ୨୯ ଜୁନ୍ ମଧ୍ୟରେ ଏହା କେବେ ବି ଆରମ୍ଭ ହୋଇପାରେ। ସେ କହିଛନ୍ତି ଦିନ ଆଗକୁ ଯେତେ ବିତୁଛି, ଦୁନିଆ ଉପରେ ନୂଆ ସଙ୍କଟ ଘନଉଛି।
କୁଶାଲ ଏଭଳି ପ୍ରଥମ ଥର ନୁହେଁ, ସେ ପୂର୍ବରୁ ବହୁ ଭବିଷ୍ୟବାଣୀ କରିଛନ୍ତି। ସେ ଦାବି କହିଥିଲେ,ଇସ୍ରାଏଲ-ଲେବାନନ୍ ଏବଂ ଉତ୍ତର କୋରିଆ -ଦକ୍ଷିଣ କୋରିଆ ଭିତରେ ବିବାଦ ହେବ। ଯାହାକି ସତ ପ୍ରମାଣିତ ହୋଇଛି। ସେ କହିଥିଲେ, ଋଷ ହଓ୍ବାନାରେ ଏକ ପରମାଣୁ ବୁଡା ଜାହାଜ ସହିତ ଯୁଦ୍ଧପୋତ ପଠାଉଛି। ଆମେରିକାର ଅଧିକାରୀଙ୍କୁ ଉସକାଇବା ପାଇଁ ଚୀନ୍ ତାଇଓ୍ବାନର ତଟରେ ସମରାଭ୍ୟାସ କରୁଛି। ଏହା କେତେ ସତ କେତେ ମିଛ ତାହା ତ ସମୟ କହିବ ହେଲେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚାରିଆଡେ ଚର୍ଚ୍ଚା ।