Sunstat TV :
ଭୟଙ୍କର ହେଉଛି ଡିପଥେରିଆ ରୋଗ । ଆତଙ୍କ ଖେଳାଉଛି, ଧୀରେ ଧୀରେ ରୋଗ ବ୍ୟାପୁଛି । ଗାଁ ଗାଁରେ ବ୍ୟାପିଲାଣି ଏହି ଡିପଥେରିଆ ରୋଗ ବୋଲି ସୂଚନାରୁ ପ୍ରକାଶ । ଅଣନିଶ୍ୱାସୀ କରିଦେଉଛି, ଗଳା ଫୁଲାଇ ଦେଉଛି । ଆଉ ଯାହାକୁ ନେଇ ଭୟଭୀତ ଗାଁ ଠୁ ସହର ।
କ’ଣ ଏହି ଡିପଥେରିଆ ରୋଗ ?
ଏହା ଏକ ଗଳା ସମ୍ବନ୍ଧିତ ରୋଗ । ସାଧାରଣତଃ ଏହି ରୋଗ ୫ବର୍ଷ ପିଲାଙ୍କ ଠାରେ ଦେଖାଯିବା ସହ ୬୦ବର୍ଷ ପରେ ଏହି ରୋଗ ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଖାଲି ସେତିକି ନୁହେଁ ଏହା ବାୟୁବାହିତ ସଂକ୍ରମଣ ରୋଗ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଡିପଥେରିଆ ହେଉଛି ଏକ ଗୁରୁତର ବ୍ୟାକ୍ଟେରିଆ ସଂକ୍ରମଣ ଜନିତ ରୋଗ । ଯାହା କରିନବ୍ୟାକ୍ଟେରିୟମ୍ ପ୍ରଜାତିର ଜୀବାଣୁ ଦ୍ବାରା ସୃଷ୍ଟି ହୋଇଥାଏ । ଏହା ବ୍ୟକ୍ତିର ନାକ, ଗଳା ଏବଂ ବେଳେବେଳେ ଚର୍ମ ଉପରେ ପ୍ରଭାବ ପକାଇଥାଏ ।
ତେବେ କିପରି ହୋଇଥାଏ ଏହି ରୋଗ ?
ଗୋଟିଏ ରୋଗୀଠାରୁ ଅନ୍ୟ ଏକ ରୋଗୀର ବ୍ୟବହୃତ ବସ୍ତ୍ର, ଖ୍ୟାଦ୍ୟ ପଦାର୍ଥ ଆଦିରେ ଜୀବାଣୁ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହି ରୋଗ ହେଲେ ତୁରନ୍ତ ଭେକସିନ ସହିତ ଅନ୍ୟାନ୍ୟ ଚିକିତ୍ସା କରାଗଲେ ଶୀଘ୍ର ଭଲ ହୋଇପାରିବ । ହେଲେ ବିଳମ୍ବ କଲେ ଏଥିରେ ମଣିଷର ଜୀବନ ବି ଯାଇପାରେ । ଏବେ ଏହି ରୋଗ ଅଧିକାଂଶ ମାତ୍ରାରେ ନାଇଜେରିଆରେ ବ୍ୟାପୁଛି । ୨ମାସ ମଧ୍ୟରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ।
ଖାଲି ସେତିକି ନୁହେଁ ଏଥିରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସଂକ୍ରମିତ ମଧ୍ୟ ବୃଦ୍ଧି ପାଉଛନ୍ତି । ଫେବ୍ରୁଆରୀ ୧୪ ପର୍ଯ୍ୟନ୍ତ କରାଯାଇଥିବା ରିପୋର୍ଟ ଅନୁସାରେ ୨୧୬ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ନାଇଜେରିଆ ସରକାରଙ୍କ ପକ୍ଷରୁ ଜାରି କରାଯାଇ ଥିବା ରିପୋର୍ଟ ଅନୁସାରେ ୨୦୨୨ ଡିସେମ୍ବରରୁ ସେଠାରେ ଡିପ୍ଥେରିଆ ବ୍ୟାପୁଛି । ଡିପଥେରିଆର ଲକ୍ଷଣ ମଧ୍ୟରେ ଜ୍ୱର, ଥଣ୍ଡା, ନାକରୁ ପାଣି ଗଡିବା, ଗଳା ଯନ୍ତ୍ରଣା, କାଶ, ଆଖିରେ ନାଲି ଦାଗ ଏବଂ ବେକ ଫୁଲିଯିବା ଅନ୍ତର୍ଭୁକ୍ତ । ଗମ୍ଭୀର ପରିସ୍ଥିତିରେ, ଟନସିଲ୍ କିମ୍ବା ଗଳାର ପଛ ଭାଗରେ ଏକ ମୋଟା ଧୂସର ବା ଧଳା ପ୍ୟାଚ୍ ଦେଖାଯାଏ, ଯାହା ନିଶ୍ୱାସ ନେବାରେ ଅସୁବିଧା ସହିତ ଜଡିତ । ଏହା ବିଶେଷ କରି ୨ରୁ ୧୦ ବର୍ଷର ଶିଶୁଙ୍କ ପାଇଁ ଘାତକ ହୋଇଥାଏ । ତେଣୁ ପିଲାମାନଙ୍କର ବିଶେଷ ଯତ୍ନ ନେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥିବା ଜଣାପଡିଛି ।