SunstarTV
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ମାମଲାରେ ଆସିଛି ବଡ ଖବର । ଆସନ୍ତା ଜୁଲାଇ ୮ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର। ରଥଯାତ୍ରା ପର ଦିନ ଏହି ରତ୍ନ ଭଣ୍ଡାର ଖୋଲାଯିବ । ରତ୍ନ ଭଣ୍ଡାର ଖୋଲିବା ପାଇଁ SOP ଜାରି କରାଯିବ । ତେବେ ଏହା ଖୋଲିବା ପରେ ଏହା ଭିତରେ କଣ ଅଛି ଆଉ କେତେ ପରିମାଣର ଅଳଙ୍କାର ରହିଛି ତାହା ଖୋଲିଲେ ଜଣା ପଡିବ ।
ତେବେ ପୂର୍ବରୁ ରତ୍ନ ଭଣ୍ଡାର ମରାମତି ପାଇଁ ଏହାକୁ ଖୋଲାଯିବ ବୋଲି କୁହାଯାଉଥିଲା । କୋର କମିଟି ଆଉ ଟେକନିକାଲ ଟିମଙ୍କ ଉପସ୍ଥିତିରେ ଏହା ଖୋଲାଯିବ । ଖୋଲିବା ସହ ଏହା ଭିତରେ ଥିବା ଅଳଙ୍କାର ଓ ଅନ୍ୟ ଜିନିଷ ଗଣନା ପାଇଁ ଉଚ୍ଚ ସ୍ତରୀୟ କମିଟି ଗଠନ ହେବ ।
ଏନେଇ ASI ଅଧୀକ୍ଷକ ଡିବି ଗଡ଼ନାୟକ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର କମିଟି ଓ ASIର ବୈଷୟିକ ଟିମ ରତ୍ନଭଣ୍ଡାର ଖୋଲାଯିବା ସମୟରେ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ଖୋଲାଯାଇ ସ୍ଥିତି ଯାଞ୍ଚ କରାଯିବ । ଏହାସହ ପରେ ରତ୍ନଅଳଙ୍କାର କଥା ବିଚାର ହେବ ।