SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତ କିଛି ଦିନ ବଲିଉଡ ଜଗତକୁ କିଛି ନା କିଛି ଖବର ସାମ୍ନାକୁ ଆସିଛି । କେତେବେଳେ ଷ୍ଟାରମାନଙ୍କ ବିବାହ ଖବର ତ ପୁଣି କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟା । ତେବେ ପୂର୍ବରୁ ଏହିପରି ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଲୋକେପ୍ରିୟ ଗାୟିକା ଅଲକା ୟାଗନିକ୍ଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବା ସହ ଦୁଃଖପ୍ରକାଶ ମଧ୍ୟ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ନବେ ଦଶକର ସର୍ବୋତ୍ତମ ଗାୟିକା ଅଲକା ୟାଗନିକ୍ ବର୍ତ୍ତମାନ ସେ ତାଙ୍କ ସୋସିଆଲ ମିଡିଆରେ ଏକ ସୂଚନା ସେୟାର କରିଛନ୍ତି ।ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଏକ ବିରଳ ଶାରୀରିକ ସମସ୍ୟାର ଶିକାର ହୋଇଛନ୍ତି, ଯାହା ତାଙ୍କ ଶୁଣିବାର କ୍ଷମତାକୁ ପ୍ରଭାବିତ କରୁଛି । ଡାକ୍ତରଙ୍କ କହିବାନୁସାରେ, ଅଲକା ଏକ ଭାଇରାଲ୍ ଆଟାକ୍ ଯୋଗୁଁ ସେ ଏହି ସମସ୍ୟାର ଶିକାର ହୋଇଛନ୍ତି । ତେବେ ଏଥିପାଇଁ ସେ ନିଜ ଫ୍ୟାନ୍ସମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।
ନିଜ ରୋଗ ବିଷୟରେ ସୂଚନା ଦେଇ ଅଲକା ୟାଗନିକ୍ ଲେଖିଛନ୍ତି ଯେ କିଛି ସପ୍ତାହ ପୂର୍ବରୁ ଫ୍ଲାଇଟରୁ ଓହ୍ଲାଇବା ପରେ ସେ ହଠାତ୍ ନିଜ ଶୁଣିବା ଶକ୍ତି ହରାଇ ବସିଥିଲେ । ତେବେ କିଛି ଦିନ ପରେ ଏହି ସତକୁ ଗ୍ରହଣ କରିବାର ସାହସ କରିବା ପରେ ସେ ବର୍ତ୍ତମାନ ନିଜ ଫ୍ୟାନ୍ସମାନଙ୍କୁ ମଧ୍ୟ ଏହି ବିଷୟରେ ଜଣାଇବାକୁ ଚାହୁଁଛନ୍ତି । ଯେଉଁମାନେ ବିଗତ କିଛି ସମୟ ପାଇଁ ତାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତିତ ଥିଲେ । ଅଲକା ଅଧିକ ସାଉଣ୍ଡ ଏବଂ ଅତ୍ୟଧିକ ହେଡଫୋନର ବ୍ୟବହାର ବିଷୟରେ ମଧ୍ୟ ଫ୍ୟାନ୍ସଙ୍କ ସହିତ ଲୋକଙ୍କୁ ଚେତାବନୀ ଦେଇଛନ୍ତି । ତେବେ ଏହି ପୋଷ୍ଟରେ ଅଲକା ୟାଗନିକଙ୍କ ଫ୍ୟାନମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ଏବଂ ସେ ଶୀଘ୍ର ସୁସ୍ଥ ହେବାପାଇଁ ପ୍ରାର୍ଥନା କରିଛନ୍ତି । ସେହିଭଳି ଅଲକାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପରେ ଅନେକ ବଡ଼ ବଡ଼ ଷ୍ଟାରମାନେ ତାଙ୍କ ଶୀଘ୍ର ଆରୋଗ୍ୟତାର କାମନା କରିଛନ୍ତି ।
View this post on Instagram