SunstarTV
ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ଅଧିବେଶନ। ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଥିରେ ରାଜ୍ୟର ସମସ୍ତ ନବ ନିର୍ବାଚିତ ବିଧାୟକ ମାନେ ଶପଥ ନେଇଛନ୍ତି। ଆଜି ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ପରେ ପରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ନେବା ପରେ ନବ ନିର୍ବାଚିତ ବିଧାୟକ ପର୍ଯ୍ୟାୟ କ୍ରମେ ଶପଥ ଗ୍ରହଣ କରୁଛନ୍ତି । ଆଜି ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ। ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ।
ସେହିପରି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ପହଞ୍ଚିଛନ୍ତି। ଯାହା ପରେ ନବୀନ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ପ୍ରଥମ ଥର ପାଇଁ ଦିଗପହଣ୍ଡିର ବିଧାୟକ ସିଦ୍ଧାନ୍ତ ମହାପାତ୍ର ବିଧାୟକ ହେବା ପରେ ଆଜି ଶପଥ ନେବାକୁ ସାଇକେଲରେ ବିଧାନସଭାରେ ପହଞ୍ଚିଛନ୍ତି ।