Sunstar Tv
Open Drain Tragedy: ଭୁବନେଶ୍ବରରେ ମୁକୁଳା ଡ୍ରେନ୍ ନେଲା ଜୀବନ। ପ୍ରବଳ ବର୍ଷାରେ ଡ୍ରେନ୍ ଫୁଲି ଉଠିଥିବା ବେଳେ ସେଥିରେ ଭାସି ଯାଇ ପ୍ରାଣ ହରାଇଛି ଜଣେ ୮ ବର୍ଷର ବାଳକ ।
ୟୁନିଟ୍-୩ ମସଜିଦ କଲୋନୀ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଡ୍ରେନରେ ଭାସୁଥିବା ଏକ ବେଲୁନ ଆଣିବାକୁ ଯାଇ ଖସି ପଡ଼ିଥିଲା ବାଳକ । ଭାସି ଭାସି ଯାଇ ଲାଗିଥିଲା ଲକ୍ଷ୍ମୀ ସାଗର ଅଞ୍ଚଳରେ ।
ଅଗ୍ନିଶମ ବାହିନୀ ବାଳକକୁ ଉଦ୍ଧାର କରି ହସ୍ପିଟାଲ ଆଣିଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ମୃତକଙ୍କ ପରିବାରକୁ ସେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଯଥାଶୀଘ୍ର ଡ୍ରେନ୍ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ମଙ୍ଗଳବାର ପ୍ରବଳ ବର୍ଷାରେ ରାଜଧାନୀ ୟୁନିଟ ୩ ମସଜିଦ କଲୋନୀ ନିକଟରେ ଥିବା ମୁକୁଳା ଡ୍ରେନ୍ରେ ୮ ବର୍ଷର ନାବାଳକ ଏସ୍. କେ. ରାଜେଶ ଭାସି ଯାଇଥିଲେ।
ପରେ ଲକ୍ଷ୍ମୀସାଗର ନିକଟ ନାଳରୁ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।