SunstarTV
ରାଜ୍ୟରେ ବଦଳୁନି ପାଗ । କେବେ ମୌସୁମୀ ବର୍ଷା ହେବ ତାହାକୁ ନେଇ ଚାତକ ପରି ଚାହିଁ ବସିଛନ୍ତି ଲୋକେ । ତାତି ରେ ହନ୍ତସନ୍ତ ହେବା ସହ ଏହି ଖରା ଗରମରୁ ରକ୍ଷା ପାଇବା ପାଇଁ କେହି ବାହାରକୁ ବାହାରୁ ନାହାନ୍ତି । ପାଣିପାଗ କେନ୍ଦ୍ର ବର୍ଷାକୁ ନେଇ ସାନି ପୂର୍ବାନୁମାନ ଜାରି କରୁଛି।
ଗତ ୫ ଦିନ ତଳୁ ରାଜ୍ୟରେ ୧୭ ତାରିଖରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ ଜାରି କରାଯାଇଥିଲା। କିନ୍ତୁ ଏବେ ୧୭ ତାରିଖରେ କୌଣସି ସ୍ଥାନରେ ବର୍ଷାର ଦେଖା ଦର୍ଶନ ନାହିଁ। ରବିବାର ସନ୍ଧ୍ୟାରେ ଜାରି ବୁଲେଟିନ୍ ଅନୁଯାୟୀ ଆସନ୍ତା ୩ ଦିନ ଅର୍ଥାତ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ହେବ। ଯଦିଓ ଏହି ୩ ଦିନ ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହେବ । ୧୭ ତାରିଖ ପରିବର୍ତ୍ତେ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ନିଜର ସାନି ବୁଲେଟିନ୍ରେ ସୂଚନା ଦେଇଛି।
ଚଳିତ ବର୍ଷ ମୌସୁମୀ ଜୁନ୍ ୮ ତାରିଖରେ ଓଡ଼ିଶା ଛୁଇଁଥିଲା। କିନ୍ତୁ ଏହା କେବଳ ମାଲକାନଗିରି ଜିଲ୍ଲାରେ ହିଁ ସୀମିତ ହୋଇ ରହିଯାଇଛି। ପ୍ରତିକୂଳ ପାଗ ଯୋଗୁଁ ମୌସୁମୀ ଆଗକୁ ବଢ଼ିପାରୁ ନ ଥିବା ବେଳେ ସାରା ରାଜ୍ୟରେ ତାତି ଓ ଗୁଳୁଗୁଳି ଜାରି ରହିଛି।