Sunstar TV :
କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଦୁଃଖ ଖବର । ଆଉ ମଇଦାନରେ ଦେଖିପାରିବେନି ତାଙ୍କ ପ୍ରିୟ ଖେଳାଳୀଙ୍କୁ । ଏପରିକି ଟି-୨୦ ବିଶ୍ୱକପରେ ମଧ୍ୟ ଖେଳିନପାରନ୍ତି ୨ ଭେଟେରାନ୍ କ୍ରିକେଟର । ଜାରି ରହିଛି ୨୦-୨୦ ବିଶ୍ୱକପ । ଆଉ ଏଥିରେ ଦମଦାର ପ୍ରଦର୍ଶନ ଦେଖାଇଛି ଟିମ୍ ଇଣ୍ଡିଆ । ପ୍ରଥମ ୩ଟି ମ୍ୟାଚ ଜିତି ଟେବୁଲ୍ ଟପରେ ରହିଛି । କିନ୍ତୁ ଏହାରି ମଧ୍ୟରେ ଆସିଛି ଏକ ବଡ ଦୁଖଃ ଖବର । ଯାହାକୁ ନେଇ କ୍ରିକେଟ ଜଗତରେ ଖେଳି ଯାଇଛି ଦୁଖଃର ଛାୟା । ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି କୁଆଡେ ଟି-୨୦ ବିଶ୍ୱକପରୁ ଅବସର ନେବେ ୨ଭେଟେରାନ୍ କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲି ।
ଉଭୟ ଚଳିତ ବିଶ୍ୱକପରେ କୁଆଡେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ବୋଲି ସୂଚନାରୁ ପ୍ରକାଶ । ଆଉ ଏହି କାରଣ ପାଇଁ ଟି-୨୦ ବିଶ୍ୱକପରୁ ଅବସର ନେବେ ୨ଭେଟେରାନ୍ କ୍ରିକେଟର ରୋହିତ ଓ ବିରାଟ । ଏପରିକି ଚଳିତ ବିଶ୍ୱକପ ଉଭୟଙ୍କ ପାଇଁ ଶେଷ ଖେଳ ହେବ ବୋଲି ଆଲୋଚନା ହୋଇଛି । ଆଉ ଏ ଖବର ଜଣାପଡିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦୁଖଃର ବାଦଲ ଖେଳିଯାଇଛି ।
ରୋହିତ ଶର୍ମା ଯାହାଙ୍କ ବ୍ୟାଟ ଉଡିଲେ ହୁଏ ଚଉକା ଛକା । ଏମଆଇ ପାଇଁ ୫-୫ଥର ଟ୍ରଫି ଜିତିଛନ୍ତି । ଯଦି ଆଜି ଟିମ୍ ଇଣ୍ଡିଆ ଆଗରେ ରହିଛି ତାର ଏକମାତ୍ର କାରଣ ହେଉଛନ୍ତି ରୋହିତ ଶର୍ମା । ରୋହିତଙ୍କ ପାଇଁ ବଢିଛି ଟିମ୍ ଇଣ୍ଡିଆର ଫୋଲର୍ସଙ୍କ ସଂଖ୍ୟା । ଠିକ୍ ସେହିପରି ବିରାଟ କୋହଲି ମଧ୍ୟ ତାଙ୍କର ଧୂଆଁଦାର ବ୍ୟାଟିଙ୍ଗ କରି ଫ୍ୟାନ୍ସଙ୍କ ମନରେ ରହିଥିଲେ । ଯେବେ ବିରାଟ କ୍ରିକେଟ ପଡିଆକୁ ଆସନ୍ତି ସେବେ ସେବେ ଟିମ୍ ଇଣ୍ଡିଆ ଗୋଟେ ପରେ ଗୋଟେ ସଫଳତା ହାସଲ କରେ । ଏପରିକି ବିରାଟ-ବିରାଟଙ୍କ ନାଁରେ କମ୍ପେ ପୁରା ମଇଦାନ । ଏବେ ବିରାଟ ଓ ରୋହିତ ମଇଦାନ ଛାଡିବା କଥା ଯଦି ସତ ହୁଏ ତେବେ ଟିମ୍ ଇଣ୍ଡିଆର ହୋଇପାରେ ଶୋଚନୀୟ ଅବସ୍ଥା ।