SunStarTV
ପଶ୍ଚିମବଙ୍ଗ-ବିହାର ସୀମାନ୍ତ ନୂଆ ଜଲପାଇଗୁଡ଼ିରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୯ଟାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ। ଦୁର୍ଘଟଣା ଫଳରେ ଏକ୍ସପ୍ରେସ ଟ୍ରେନର ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି। ସେହିପରି ମାଲବାହୀ ଟ୍ରେନର ଏକାଧିକ ବଗି ଟ୍ରାକରୁ ବାହାରି ପଡ଼ିରହିଛି। ଏହି ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
ଏହି ଘଟଣାକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ଅଗରତାଲାରୁ ସିଲଦା ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏ ନେଇ ସୂଚାନ ଦେବା ସହିତ ବିପର୍ଯ୍ୟୟ ପରିଚାଳନା ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି।