SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଇସଲାମ ଧର୍ମାଲମ୍ବୀଙ୍କ ।ଇଁ ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ୱତନ୍ତ୍ର । ଆଜି ମୁସଲମାନ ଭାଇ ଭଉଣୀଙ୍କ ଏକ ମହାନ ପର୍ବ , ଯାହାର ନାଁ ହେଉଛି ଇଦ୍ ଉଲ ଜୁହା ବା ବକ୍ରି ଇଦ୍ । ଯାହାକୁ ସାରା ଦେଶରେ ଖୁବ୍ ଧୁମଧମରେ ପାଳନ କରାଯାଏ । ଭାରତ ପରି ଧର୍ମନିପେକ୍ଷ ରଷ୍ଟ୍ରରେ ଇଦ୍କୁ ବେଶ ଜାକଜମକରେ ପାଳନ କରାଯାଏ । ଏହି ଦିନକୁ ବଳିଦାନ ଦିବସ ବୋଲି ମଧ୍ୟ କୁହାଯାଏ । ମୁସଲମାନ ସପ୍ରଦାୟ ପକ୍ଷରୁ ସମୂହ ନମାଜ ପାଠ କରାଯାଇଥାଏ । ମୁସଲମାନ ଭାଇ ଭଉଣୀମାନେ ନମାଜ ପାଠ କରିବା ପରେ ପରିବାର ,ନିଜ୍ରିୟଜନ ତଥା ସମସ୍ତଙ୍କୁ ଇଦ୍ ମୁବାରକ୍ ଜଣାଇଥାନ୍ତି । ଇଦ୍ ପାଇଁ ରାଜ୍ୟର ସବୁ ମସଜିଦ୍ ଓ ଇଦଗା ମୈଦାନ ଏନେଇ ଚଳଚଞ୍ଚଳ ହୋଇ ଉଠିଛି ତେବେ ଏହି ଇଦ୍ ସମସ୍ତଙ୍କ ମନରେ ଖୁସି ଭରିବା ସହ ବର୍ଷ ବର୍ଷର ଖରା ସମ୍ପର୍କକୁ ମଧ୍ୟ ମଧୁର କରିଥାଏ ବୋଲି ଲୋକକଥା ରହିଛି ।
ତେବେ ଇଦ୍ ଉଲ୍ ଜୁହା ବା ବକ୍ରି ଇଦ୍ କୁ ବଳିଦାନ ଦିବସ ବୋଲି କୁହାଯାଏ । ଯାହାକି ହଜରତ ଇବ୍ରାହିମଙ୍କ ସମୟରୁ ଏହି ପରମ୍ପରା ଚାଲିଆସୁଛି । ତେବେ ଉଦ୍ ଉଲ୍ ଜୁହାରେ ବଳିଦାନ ଦେବାର ଅର୍ଥ ହେଉଛି ମନ ଭିତରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ବଳିଦେଇ ସକତାତ୍ମକ ଚିନ୍ତାଧାରାକୁ ମନରେ ପ୍ରବେଶ କରାଇବା । ଯାହା ହେଉଛି ଏହି ଇଦ୍ ଉଲ୍ ଜୁହା ବା ବକ୍ରି ଇଦ୍ ପର୍ବର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏହି ପର୍ବ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରା ପରିବେଶ । ଦୋଶ ସମେତ ରାଜ୍ୟରେ ମଧ୍ୟ ଖୁବ୍ ଧୁମଧାମରେ ଇଦ୍କୁ ପାଳନ କରୁଛନ୍ତି ମୁସଲମାନ ଭାଇ ଓ ଭଉଣୀମାନେ । ତେବେ ଏହି ଅବସରରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।