SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲ ଆରମ୍ଭରୁ ରାଜ୍ୟରେ କଲବଲ କରୁଛି ତାତି । ଫଳରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ମଣିଷଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁ ,ପଶୁପକ୍ଷୀ ସମସ୍ତେ ତତଲା ତାୱାରେ ଭାଜି ହେଉଛନ୍ତି । ତେବେ ରାଜ୍ୟରେ ଆହୁରି କିଛିଦିନ ଗରମ ଏବଂ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ଏଥିସହିତ ଆସନ୍ତା ୧୮ କିମ୍ବା ୧୯ ତାରିଖ ବେଳକୁ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ଆଜିଠାରୁ ହିଁ ସରୁଛି ପିିଲାମାନଙ୍କର ଖରା ଛୁଟି । ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ବଢିବାରୁ ଏବଂ ତାପମାତ୍ରାର ବୃଦ୍ଧି ପାଇବାରୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଆଗୁଆ ଗ୍ରୀଷ୍ମ ଛୁଟି ଦେଇଥିଲେ । ଯାହା ଆଜି ଶେଷ ହେଉଛି । ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ସୂଚନା ରହିଛି । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । କିନ୍ତୁ ଏଯାଏଁ ତାତିରେ କିଛି ପରିବର୍ତ୍ତନ ଆସି ନଥିବାରୁ ଓଷ୍ଟା ସଂଘ ପକ୍ଷରୁ ଆସନ୍ତାକାଲି ସ୍କୁଲ ନ ଖୋଲୁ ଆଉ ତିନି- ଚାରି ଛୁଟି ଘୁଞ୍ଚାଇ ଦେବାକୁ ଅନୁରୋଧ କରିଛନ୍ତି ।
ଅପରପକ୍ଷେ ଏହି ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ସ୍କୁଲ ହୋଇପାରେ ବୋଲି ଜଣାପଡିଛି । ଏପରିକି ସ୍କୁଲ ବନ୍ଦ ମଧ୍ୟ ହୋଇପାରେ ବୋଲି ଆଲୋଚନା ହେଉଛି । ତେବେ ଏହି ପରିପେକ୍ଷୀରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ରୀଷ୍ମ ଛୁଟି ବଢ଼ାଇବା ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ଖରା ଓ ଗୁଳଗୁଳିକୁ ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ପାଣିପାଗ ବିଭାଗ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ।
ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିଦେ୍ର୍ଦଶକ ମନୋରମା ମହାନ୍ତି ପାଣିପାଗ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ତିନିରୁ ୪ ଦିନ ଯାଏ ଉପକୂଳ ଓଡିଶାରେ ତାତି ଓ ଗୁଳୁଗୁଳି ଜାରି ରହିବ । ଏଥିସହିତ ଓଡିଶାରେ ମୌସୁମୀ ସକ୍ରୀୟ ହେବାକୁ ସମୟ ମଧ୍ୟ ଲାଗିବ । ତେବେ ଏହିସବୁ ଭିତରେ ମୁଖ୍ୟସାଚନ ସଚିବ କହିଛନ୍ତି ୨ଟାର ପାଣିପାଗ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଦେଖି ସ୍କୁଲ ଖୋଲା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।