Sunstar Tv
Snacks Side Effects: ଅଧିକାଂଶ ଲୋକ ସନ୍ଧ୍ୟା ବେଳେ ଚା’ ସହିତ ସ୍ନାକ୍ସ ଭାବରେ ଗରମ ଗରମ ପକୁଡି, ମ୍ୟାଗି, ସିଙ୍ଗଡା ଇତ୍ୟାଦି ଖାଇବାକୁ ପସନ୍ଦ କରିଥାନ୍ତି।
ବଡ଼ ବଡ଼ ସହରମାନଙ୍କରେ ମଧ୍ୟ ଚା’ ସହିତ ଲୋକମାନେ ବିସ୍କୁଟ୍ ବା କୁକିଜ୍ ନିଶ୍ଚିତ ଭାବରେ ଖାଆନ୍ତି। ତେଣୁ ସମୟ ଓ ଅସମୟରେ ଖାଉଥିବା ସ୍ନାକ୍ସ ପାଇଁ ଆପଣଙ୍କ ଫିଟ୍ନେସ୍ ଉପରେ ପ୍ରଭାବ ପଡେ। ଆସନ୍ତୁ ଜାଣିବା ଏହି ପ୍ରଭାବ…
ଆମେ ଅଧିକାଂଶ ସମୟରେ ଅଟା ବା ମଇଦାରେ ତିଆରି ଜିନିଷ ଖାଇଥାନ୍ତି। ବେକିଙ୍ଗ ସୋଡା, ମଇଦା ସହିତ ଏହା ହାଇକ୍ୟାଲୋରୀ ଖାଦ୍ୟ ବନିଯାଏ। ପିଲା ହୁଅନ୍ତୁ ବା ବୟସ୍କ ସମସ୍ତଙ୍କ ଚାଇନିଜ ଖାଦ୍ୟ ଅତି ପ୍ରିୟ।
ଏଥିରେ ଫାଇବର ନଥାଏ ଓ କ୍ୟାଲୋରୀ ମଧ୍ୟ ଅଧିକ ଥାଏ। ତେଣୁ ଆମେ ଏପରି ଖାଦ୍ୟ ଖାଇବା ଉଚିତ୍ ଯେଉଁଥରେ ସାଚୁରେଟେଡ୍ ଫ୍ୟାଟ୍, ସୁଗାର ବା ଆର୍ଟିଫିସିଆଲ୍ ସିନର, ସୋଡିୟମ୍, କ୍ୟାଲୋରୀ ଆଦି କମ୍ ମାତ୍ରାରେ ଥିବ।
ଅଫିସ୍, କଲେଜ ବା ଅନ୍ୟ କେଉଁଠି ତୈଳଯୁକ୍ତ ଖାଦ୍ୟ, ଚିପ୍ସ ଇତ୍ୟାଦି ଟାଇମ୍ପାସ୍ ଖାଦ୍ୟ । ଏହାର ଛୋଟ ମାତ୍ରାରେ ଅଧିକ କ୍ୟାଲୋରୀ ଥାଏ। ଏଥିରେ ସୋଡିୟମ୍ର ମାତ୍ରା ମଧ୍ୟ ଅଧିକ ଥିବା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ।
ପ୍ରତ୍ୟେକ ଲୋକଙ୍କର ଉଚ୍ଚତା, ଓଜନ, ବୟସ ଓ ଅନ୍ୟ କାରଣ ହିସାବରେ ପ୍ରତ୍ୟେକ ଦିନର ଖାଦ୍ୟରେ ନିଶ୍ଚିତ କ୍ୟାଲୋରୀ ଥାଏ।
ଯଦି ଦିନରେ ୨୦୦୦ କ୍ୟାଲୋରୀର ଆବଶ୍ୟକ ପଡେ ଓ ଆପଣ ୨୫୦୦ କ୍ୟାଲୋରୀ ଖାଉଛନ୍ତି। ତେବେ ଅତିରିକ୍ତ ୫୦୦ କ୍ୟାଲୋରୀ ଶରୀରରେ ଚର୍ବି ହୋଇ ଜମା ହୋଇଥାଏ।
ଯଦି କ୍ୟାଲୋରୀ ଥିବା ଖାଦ୍ୟ ଆବଶ୍ୟକତାଠାରୁ କମ୍ ଖାଉଛନ୍ତି ତେବେ ଶରୀର ଚର୍ବିର ବ୍ୟବହାର କରିବାକୁ ଲାଗେ ଓ ଓଜନ କମ୍ ହେବାର ଦେଖାଯାଏ ।
ମାନସିକ ରୋଗର ଆଶଙ୍କା ବଢ଼ିବାରେ ଲାଗିଛି…
ଅଲଟ୍ରା-ପ୍ରକ୍ରିୟାକୃତ ଖାଦ୍ୟ ସ୍ୱାସ୍ଥ୍ୟ ଉପରେ କିପରି କ୍ଷତି ପହଞ୍ଚାଏ ତାହା ଜାଣିବା ପାଇଁ କରାଯାଇଥିବା ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ ଅଲ୍ଟ୍ରା-ପ୍ରକ୍ରିୟାକୃତ ଖାଦ୍ୟର ଅତ୍ୟଧିକ ବ୍ୟବହାର ଆଜମା, ପାକସ୍ଥଳୀ ସମ୍ବନ୍ଧୀୟ ରୋଗ ଏବଂ କେତେକ କର୍କଟ ରୋଗ ସହିତ ଜଡିତ।
ଅଧ୍ୟୟନରୁ ପ୍ରମାଣ ମିଳିଛି ଯେ ଅଲ୍ଟ୍ରା-ପ୍ରକ୍ରିୟାକୃତ ଖାଦ୍ୟ ସିଧାସଳଖ ମାନସିକ ବିକୃତି ବଢ଼ାଇଥାଏ ବୋଲି ଅଷ୍ଟ୍ରେଲିଆର ଡେକିନ୍ ବିଶ୍ୱବିଦ୍ୟାଳୟର ଖାଦ୍ୟ ଏବଂ ମୁଡ୍ ସେଣ୍ଟରର ଗବେଷକ ଲିଡ୍ ଲେଖକ ମେଲିସା ଲେନ୍ କୁହନ୍ତି। ଚିନ୍ତା ଏବଂ ଚାପର ସମସ୍ୟା ୫୩ ପ୍ରତିଶତ ଅଧିକ ଦେଖାଯାଇଛି ଯେଉଁମାନେ ଅଧିକ ଜିନିଷ ଖାଇଥାନ୍ତି।