Sunstar TV :
ଭାରତୀୟ କ୍ରିକେଟ ଜଗତର ଫାଷ୍ଟ ବୋଲର ମହମ୍ମଦ ସାମୀଙ୍କୁ ନେଇ ଆସିଛି ଏକ ବଡ ଖବର । ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ମହମ୍ମଦ ସାମୀ । ସବୁ ବେଳେ ଚର୍ଚ୍ଚାରେ ରହିଥିବା ୩୩ ବର୍ଷିୟ ଖେଳାଳୀ ସାମୀ ଗତ କିଛିଦିନ ହେବ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଉ ସମ୍ପୂର୍ଣ୍ଣ ଠିକ୍ ହେବା ପରେ ପୁଣିଥରେ ଫେରିଥିଲେ ମଇଦାନକୁ । କ୍ରିକେଟ ଜଗତରେ ତାଙ୍କୁ ଫାଷ୍ଟ ବୋଲର ବୋଲି କୁହାଯାଏ । ହେଲେ ବାସ୍ତବରେ କ୍ରିକେଟର ସାମୀ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଆଉ ତାହା ପୁଣି କୁଆଡେ ପୂର୍ବ ଟେନିସ ତାରକା ସାନିଆ ମିର୍ଜାଙ୍କୁ ବୋଲି ସୂଚନାରୁ ପ୍ରକାଶ । ତେବେ କଥାଟା କେତେ ସତ ତାହା ତ ଆମେ ଜାଣିନୁ ଏକ ଭାଇରାଲ ଖବରରୁ ଜଣାପଡିଛି । ଆସନ୍ତା ଅଗଷ୍ଟରେ ହେବ ୨ଜଣଙ୍କ ନିର୍ବନ୍ଧ ବୋଲି ସୂଚନାରୁ ପ୍ରକାଶ । ଏହି ନିର୍ବନ୍ଧ ସମୟରେ ୨ ପରିବାର ବର୍ଗଙ୍କ ଛଡା ଆଉ କେହି ରହିବେନି ।
ଏଠି କହିରଖୁଛୁ କି ନିକଟରେ ସିନିଅର ପାକିସ୍ତାନୀ କ୍ରିକେଟର ସୋଏବ ମଲିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଟେନିସ ତାରକା ସାନିଆ ମିର୍ଜା । ହେଲେ ବାହାଘରର କିଛି ବର୍ଷ ପରେ ସ୍ୱାମୀ ସୋଏବ ଅନ୍ୟତ୍ର ଆଡେ ବିବାହ କରିଥିଲେ । ତେବେ ଦୁହିଁଙ୍କ ଛାଡପତ୍ର ପରେ ଏବେ ପୁଣିଥରେ ବାହା ହେବାକୁ ଯାଉଛନ୍ତି ସାନିଆ ମିର୍ଜା ବୋଲି ଆଲୋଚନା ହେଉଛି । ୨୦୧୦ରେ ସାନିଆ ବାହା ହୋଇଥିଲେ ସୋଏବଙ୍କୁ । ଆଉ ବାହାଘରର ୮ ବର୍ଷ ପରେ ଦୁହିଁଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ବେଶୀ ଦିନ ତିଷ୍ଠି ନଥିଲା ହୁହିଁଙ୍କ ସମ୍ପର୍କ ।
ସେହିପରି ମହମ୍ମଦ ସାମୀଙ୍କ ଉପରେ ୨୦୧୮ରେ ତାଙ୍କ ପତ୍ନୀ ନିର୍ଯାତନା ମାମଲା ଲଗାଇଥିଲେ । ଏପରିକି ସେହି ସମୟରେ ସାମୀଙ୍କ ଉପରେ ଲାଗିଥିଲା ମ୍ୟାଚ ଫିକସିଂ ଆରୋପ । ଏହାପରଠୁ ଦୁହିଁଙ୍କ ଭିତରେ ହୋଇଥିଲା ଛାଡପତ୍ର । ଅଲଗା ହୋଇଥିଲେ ମହମ୍ମହ ଓ ତାଙ୍କ ପତ୍ନୀ ହସିନ୍ । ହୁହିଁଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ସେବେ ଠୁ ଏକାକୀ ଜୀବନ ବିତାଉଥିଲେ ସାମୀ । ଆଉ ଏବେ ପୁଣିଥରେ ବାହା ହେବେ ସାମୀ ବୋଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ତେବେ ଏଥର ସାମୀଙ୍କ କନିଆ ହେବେ କୁଆଡେ ସାନିଆ ମିର୍ଜା ବୋଲି ସୂଚନାରୁ ପ୍ରକାଶ ।