SunstarTV
ଚାଷୀଙ୍କ ପାଇଁ ଦୀପାବଳି ଭେଟି । ସରକାର ପଠାଇବେ ଚାଷୀଙ୍କୁ ଟଙ୍କା । ଆସନ୍ତା ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରାୟ ୯ କୋଟି ୩ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ପଠାଯିବ। ଏହା ନେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୧୧ କୋଟି କୃଷକଙ୍କ ଆକାଉଣ୍ଟକୁ ୩ ଲକ୍ଷ କୋଟି ଟଙ୍କା ପଠାଯାଇଛି।
ଶ୍ରୀ ଚୌହାନ ଆହୁରୀ ମଧ୍ୟ କହିଛନ୍ତି ଯେ ଜୁନ୍ ୧୮ରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସେ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ କୃଷକଙ୍କ କଲ୍ୟାଣ ସହ ଜଡିତ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଓ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ହେଉଛି ଭାରତ ସରକାରଙ୍କ ଏକ ଯୋଜନା । ଏହି ଯୋଜନା ଅଧିନରେ କିଷାନଙ୍କୁ ସରକାରଙ୍କ ତରଫରୁ ସର୍ବନିମ୍ନ ଆୟ ସହାୟତା ଭାବେ ପ୍ରତି ବର୍ଷ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ସୂଚନା ମୁତାବକ ଗତ ଫେବୃଆରୀ ମାସ ୨୮ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ ୧୬ତମ କିସ୍ତି ପଠାଯାଇଥିଲା ।