SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲରୁ ହିଁ ଓଡିଶାରେ ଜାରୀ ରହିଛି ଗ୍ରୀଷ୍ମ ଲହରୀ । ଖରା ଗରମରେ ଛଟପଟ ହେଉଛି ଜନ ଜୀବନ । କେତେବେଳେ ତାପମାତ୍ରା ୪୫ ଛୁଉଁଛି ତ ଆଉ କେତେବେଳେ ୫୦ । ତେବେ ଏହି ଖରା ଗରମ ପାଇଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଏସିଆ ମହାଦେଶର ଷଷ୍ଠତମ ଉତପ୍ତ ସହର ସାଜିଛି ଟ୍ୱିନ ସିଟି । ଏହି ଖରା ଗରମ ପାଇଁ କେତେବେଳେ କେଉଁ ଜିଲ୍ଲାକୁ ରେଡ ଆଲର୍ଡ ଜାରି ହୋଇଛି ତ ପୁଣି କେତେବେଳେ ୟେଲୋ ୱାର୍ଣ୍ଣିଂ । ବର୍ତ୍ତମାନ କିନ୍ତୁ ରାଜ୍ୟବାସୀଙ୍କୁ ଏହି ଖରାଗରମରୁ ମିଳିବ ମୁକ୍ତି । ଆସନ୍ତା ୨୪ ଘଣ୍ଟା ଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରତିଥର ରଜ ସମୟରେ ଓଡିଶାରେ ମୈସୁମୀ ପ୍ରବେଶ କରିଥିବା ବେଳେ ଏଥର ମଧ୍ୟ ୪ ଦିନ ଆଗରୁ ମୌସୁମୀ ଓଡିଶା ଆସିଛି । କିନ୍ତୁ ପାଗ ଅନୁକୂଳ ନଥିବାରୁ ସେ ଆଗକୁ ବଢିପାରୁ ନଥିଲା । ତେବେ ଗତ ଦୁଇ ତିନି ହେବ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଫଳରେ ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀବାୟୁ ବର୍ତ୍ତମାନ ମାଲକାନଗିରି , କୋରାପୁଟରେ ସକ୍ରୀୟ ରହିଥିବା ବେଳ ବର୍ତ୍ତମାନ ଧୀରେ ଧୀରେ ଆଗକୁ ବଢୁଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଉପକୂଳ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖି ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି । ତେବେ ଗତକାଲି ଅନେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବା ବେଳେ ମୌସୁମୀ ପାଇଁ ପାଗ ଫିଟିଛି । ଏଥିସହିତ ଜୁନ୍ ୧୭ରୁ ରାଜ୍ୟରେ ବର୍ଷାର ପ୍ରଭାବ ବଢିବ ବୋଲି ଜଣାପଡିଛି । ଫଳରେ ଜୁନ ୧୪ରୁ ପାଗ କୋହଳା ରହୁଥିବା ବେଳେ ତାପମାତ୍ରା ମଧ୍ୟ କମିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ପାଣିପାଗ ବିଭାଗର ପୂର୍ବାନୁମାନଯାୟୀ, ଆସନ୍ତା ୧୭ ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆସନ୍ତା ୧୮ ତାରିଖରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ନେଇ ଆକଳ ନ କରାଯାଇଛି । ଅନ୍ୟପକ୍ଷେ ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା ସମେତ ଅନେକ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଗୁଳୁଗୁଳି ନେଇ ସତର୍କତା ଜାରି କରାଯାଇଛି ।