Sunstar TV
ସନଷ୍ଟାର ଟିଭି ବ୍ୟୁରୋ : ସରିଲା ମନ୍ତ୍ରୀ ମଣ୍ଡଳ ବଣ୍ଟନ । ଦାୟିତ୍ୱ ଗ୍ରହଣ ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି ଭିନ୍ନ ଭିନ୍ନ ବିଭାଗ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ରହିଛି ବିଗ୍ ଫୋର୍ ଯାହାକୁ ନେଇ ଚର୍ଚ୍ଚା । ଗୃହ,ଅର୍ଥ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଓ ଜଳ ସଂପଦ ବିଭାଗକୁ ନେଇ ରହିଛି ୪ଟି ବିଗ୍ ଚ୍ୟାଲେଞ୍ଜ । ବର୍ତ୍ତମାନ ସ୍ଥିତି ଉପରେ ନଜର ପକାଇଲେ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ରାଜ୍ୟରେ ଆଇନ୍ ଶୃଙ୍ଖଳା ରକ୍ଷା ଏବଂ ସୁରୁଖୁରୁରେ ରଥଯାତ୍ରାକୁ ଶେଷ କରିବା ।
ଗତକାଲି ମୁଖ୍ୟମନ୍ତ୍ରୀ ପୋଲିସ ଡିଜି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ନେଇ ବିଶେଷ ଆଲୋଚନା କରିବା ସହ ପୋଲିସକୁ ଲୋକାଭିମୁଖୀ ହେବା ନେଇ ପରାମର୍ଶ ଦେଇଛନ୍ତି । ସେହିପରି ରଥଯାତ୍ରାକୁ କିଭଳି ସୁଚାରୁ ରୂପେ ସମ୍ପନ୍ନ କରାଯିବ ତାହା ଉପରେ ଗୁରୁତ୍ୱାରୋପ କରିବା ସହ ବିଧାନସଭାରେ ନିଜର ପ୍ରଥମ ବଜେଟ୍ ମଧ୍ୟ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଗତ ଏପ୍ରିଲରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଭୋଟ ଅନ ଆକାଉଣ୍ଟ ଆଗତ ହୋଇଥିଲା। ଏବେ ମୋହନ ସରକାରଙ୍କ ପାଇଁ ଆହ୍ୱାନ କିପରି କରିବେ ସମତୁଲ ବଜେଟ।