SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତ କିଛି ଦିନ ହେବ ବଲିଉଡ ଜଗତକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି । କେତେବେଳେ ଷ୍ଟାରମାନଙ୍କ ବୈବାହିକ ସମ୍ପର୍କକୁ ନେଇ ତ ପୁଣି କେତେବେଳେ ସେମାନଙ୍କ ବ୍ୟବହାର ଏବଂ ପୋଷାକକୁ ନେଇ ଚର୍ଚ୍ଚା ହେଉଛି । ନିକଟରେ ବି ଟାଉନ୍ ଏହିପରି ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ମଧ୍ୟ ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହକୁ ଜାଣିବା ଏବଂ ଦେଖିବା ପରେ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଯାହା ଏକ ଡିଫେକ୍ଟିଭ ଭିଡିଓ ବୋଲି ଜଣାପଡିଛି । ଗତ କିଛି ଦିନ ହେଲାଣି ବଲିଉଡ ଅଭିନେତା ଏବଂ ଅଭିନେତ୍ରୀଙ୍କ ଏହିପରି ଅନେକ ଡିଫେକ୍ଟିଭ୍ ଭିଡିଓ ଭାଇରାଲ ହେଉଥିବା ବେଳେ ଆଲିଆଙ୍କ ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଟିରେଣ୍ଡ କରୁଥିବା ଗେଟ୍ ରେଡ୍ଡି ୱିଥ୍ ମିରେ ଆଲିଆଙ୍କ ଏକ ଟିଫେକ୍ଟିଭ୍ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ସୋସିଆଲ ମିଡିଆ ଆପ୍ ଇଷ୍ଟାଗ୍ରାମରେ ପେଷ୍ଟ କରାଯାଇଛି । ତେବେ ଏହି ଭିଡିଓରେ ଆଲିଆ ଏକ କଳା ରଙ୍ଗ ପୋଷାକ ପିନ୍ଧିଥିବା ନଜର ଆସିଛି । ପୂର୍ବରୁ ମଧ୍ୟ ଆଲିଆ ଏବଂ ୱାମିକା ଗାବିଙ୍କର ଏକ ଡିଫେକ୍ଟିଭ ଫଟୋ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଆଲିଆଙ୍କର ପୁଣି ସମାନ ପ୍ରକାରର ଭିଡିଓ ଭାଇରାଲ ହୋଇଛି । ତେବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ ଏଆଇ ଜରିଆରେ ହେଉଥିବା ଡିଫେକ୍ଟିଭ ଭିଡିଓ ଏବେ ବିଭିନ୍ନ ସ୍ତରରେ ଚିନ୍ତାର କାରଣ ସାଜିଛି । ପୂର୍ବରୁ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନ୍ନାଙ୍କର ଏକ ଅଶ୍ଳିଳ ଭିଡିଓ ଭାଇରାଲ ହୋଇଥିଲା । ଯାହା ଏହି ଏଆଇ ଦ୍ୱାରା ପ୍ରସ୍ତୁତ ହୋଇଥିଲା । କେବଳ ରଶ୍ମିକା ନୁହନ୍ତି କାଜୋଲ, କାଟ୍ରିନା କୈଫ, ଅମିର ଖାଁ , ରଣବୀର ଏହିପରି ଅନେକ ଅଭିନେତା ଅଭିନେତ୍ରୀ ତଥା ସେଲିବ୍ରେଟିମାନଙ୍କ ଡିଫେକ୍ଟିଭ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ତେବେ ଏହି ଭିଡିଓ ଫଟୋ ଏତେ ସତ ବୋଲି ଲାଗୁଛି ଯାହାକୁ ସହଜରେ ଅବିଶ୍ୱାସ ମଧ୍ୟ କରି ହେଉନାହିଁ । ଏଣୁ ଏହାର କିଛି ବିକଳ୍ପ କରା ନଗଲେ ଆଗକୁ ଆହୁରୀ ସମସ୍ୟା ବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
View this post on Instagram