Sunstar Tv
Uttarakhand Badrinath Highway Accident: ଉତ୍ତରାଖଣ୍ଡର ବଦ୍ରିନାଥ ରାଜପଥରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର୍ ନିୟନ୍ତ୍ରଣ ହରାଇ ଅଳକାନନ୍ଦ ନଦୀରେ ଖସି ପଡିଛି ।
ଯେଉଁଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଛି, ଏବଂ ୭ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ୟମ କରାଯାଉଛି।
ବଦ୍ରିନାଥ ରାଜପଥରେ ଥିବା ରେନ୍ତୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଗାଡ଼ିଟି ହଠାତ୍ ନିୟନ୍ତ୍ରଣ ହରାଇ ଆଳାକାନନ୍ଦ ନଦୀରେ ପଡ଼ିଯାଇଥିଲା ।
ଘଟଣା ପରେ ଉକ୍ତ ସ୍ଥାନରେ ଉତ୍ତେଜନ ସୃଷ୍ଟି ହୋଇଛି । ଟ୍ରାଭେଲରରେ ପ୍ରାୟ ସତର ଜଣ ଯାତ୍ରୀ ଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନଦୀର ପ୍ରବଳ ପ୍ରବାହ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।
ଘଟଣାର ଖବର ପାଇବା ମାତ୍ରେ SDRF ଦଳ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟରେ MRF ଏବଂ NDRP ଦଳ ନିୟୋଜିତ ଅଛନ୍ତି ।
ଏହି ଦୁର୍ଘଟଣାରେ ଉତ୍ତରାଖଣ୍ଡର ସିଏମ ପୁଷ୍କର ସିଂ ଧାମି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସିଏମ୍ ପୁଷ୍କର ସିଂ ଧାମି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।