SunstarTV
କୁଏତ ଅଗ୍ନିକାଣ୍ତରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମନମୋହନ ମାଝୀ । ଅଗ୍ନିକାଣ୍ତରେ ପ୍ରାଣ ହରାଇଥିବା ୨ ଓଡ଼଼ିଆଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଆର୍ଥିକ ସହାୟତା ମିଳିବ । ୨ ଓଡ଼ିଆଙ୍କ ପାର୍ଥୀବ ଶରୀର ଆଜି କେରଳରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଥିଲା । ଯାହା ପରେ ଦୁଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଦଳର ବରିଷ୍ଠ ନେତା ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଅଗ୍ନିକାଣ୍ତରେ ପ୍ରାଣ ହରାଇଥିବା ୨ ଜଣ ହେଲେ କଟକ ତିଗିରିଆର ମହମ୍ମଦ ଜହୁର ଏବଂ ଗଞ୍ଜାମ ଦିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ଼ । ମୃତକଙ୍କ ଗାଁରେ ଶୋକାକୂଳ ପରିବେଶ ଦେଖିବା ପାଇଁ ମିଳିଛି ।
ସୂଚନାଥାଉ ଯେ, ଦୁଇ ଓଡ଼ିଆଙ୍କ ପ୍ରାର୍ଥିବ ଶରୀର ଭୁବନେଶ୍ୱର ଅଣଯିବା ପରେ ପାର୍ଥିକ ଶରୀରକୁ ମାଲ୍ୟାର୍ପଣ କରିବା ପାଇଁ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିକ ଅନ୍ୟ ବରିଷ୍ଠ ନେତା ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାହାର୍ଯ୍ୟ ରାଶି ଘୋଷଣା କରିଛନ୍ତି ।