SunstarTV
G7 ରେ ଭାଗ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀ ଇଟାଲୀରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିଲେ। G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ବହୁ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ସମୟରେ ପିଏମ ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ମଧ୍ୟରେ ଏକ ଷ୍ଟ୍ରଙ୍ଗ ବଣ୍ଡ ଦେଖିବାକୁ ମିଳିଥିଲା। ମେଲୋନି ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ନେଇ ସବୁ ଠାରେ ଏବେ ଚର୍ଚ୍ଚା ଜୋର ଧରିଛି ।
View this post on Instagram
ସୂଚନାମୁତାବକ ପ୍ରଥମ ଥର ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ G7 ପରିଦର୍ଶନ କରୁଥିବା ଜଣେ ନେତାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ହସୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ମେଲୋନି କହୁଛନ୍ତି, ହାଲେ ଫ୍ରେଣ୍ଡ’ସମସ୍ତଙ୍କୁ ନମସ୍କାର ଫର୍ମ ମେଲୋଡି …’ ପିଏମ ମୋଦୀ ଭିଡିଓରେ ହସୁଥିବା ନଜର ଆସିଛନ୍ତି।
ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପିଏମ ମୋଦୀଙ୍କୁ ସ୍ୱାଗତ କରିଥିଲେ। G7 ଆଉଟ୍ରିଚ୍ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର (ଜୁନ୍ ୧୩) ବିଳମ୍ବିତ ରାତିରେ ଇଟାଲୀର ଆପୁଲିଆରେ ପହଞ୍ଚିଥିଲେ।