SunstarTV
ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶପଥ ଗ୍ରହଣ ପରେ ତନ ତନ କରି ପ୍ରତ୍ୟକ ବିଭାଗର କାର୍ଯ୍ୟକୁ ଗୁରୁତର ସହ ନେବା ସହ ବୈଠକ କରି ସ୍ଥିତି ପରଖୁଛନ୍ତି । ଆଜି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ଅତିଥିଭବନରେ ଏହାକୁ ନେଇ ଏକ ଚାଲିଛି ସମୀକ୍ଷା ବୈଠକ। ପୁଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ଲୋକଙ୍କୁ ଗୁଣାତ୍ମକ ସେବା କିପରି ଯୋଗାଇ ଦିଆଯିବ ଏବଂ ଲୋକଙ୍କୁ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି ଏହା ସହ ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ଦେଶର ତିନୋଟି ଗୁରୁତ୍ୱପୂର୍ଣ୍ଣ ଆଇନ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ପୋଲିସ ଡିଜି। ତେବେ ଏହାକୁ ଲାଗୁ କରିଲେ କେଉଁ ସୁବିଧା ମାନ ହେବ ତାହା ବିଷୟରେ ପଚରାଉଚୁରା କରିଥିଲେ ।