SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲରୁ ହିଁ ଓଡିଶାରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଖରା ଗରମରେ ସନ୍ତୁଳି ହେଉଛି ଜନ ଜୀବନ । ଚଳିତ ବର୍ଷ ଓଡିଶାକୁ ମୌସୁମୀବାୟୁ ଶୀଘ୍ର ପ୍ରବେଶ କରିଥିଲେ ମଧ୍ୟ ଆଜିଯାଏ ତାତିରୁ ମିଳୁନି ତ୍ରାହି । ଖରା ଗରମ ପାଇଁ ଯାଉଛି ଅନେକଙ୍କ ଜୀବନ । ତେବେ ପାଗ ଅନୁକୂଳ ନଥିବାରୁ ମୌସୁମୀ ଆଗକୁ ନ ବଢି ତାହା ମାଲକାନଗିରିରେ ଅଟକି ରହିଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଅଗ୍ରସର ହେବ । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳବର୍ଷା ପବନ ହେବାର ସମ୍ଭାବନା ରହିଛି । ତେବେ ଗତକାଲି ଅନେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବା ବେଳେ ମୌସୁମୀ ପାଇଁ ପାଗ ଫିଟିଛି । ଏଥିସହିତ ଜୁନ୍ ୧୭ରୁ ରାଜ୍ୟରେ ବର୍ଷାର ପ୍ରଭାବ ବଢିବ ବୋଲି ଜଣାପଡିଛି ।ଫଳରେ ଜୁନ ୧୪ରୁ ପାଗ କୋହଳା ରହୁଥିବା ବେଳେ ତାପମାତ୍ରା ମଧ୍ୟ କମିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୧୭ ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆସନ୍ତା ୧୮ ତାରିଖରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଆସନ୍ତା ତିନି ଦିନ ଯାଏ ଉପକୂଳରେ ଗୁଳୁଗୁଳି ଜାରି ରିହିଲେ ମଧ୍ୟ ତାପମାତ୍ରା ଏବଂ ଖରାରୁ ତ୍ରାହି ମିଳିବ । ଅନ୍ୟପଟେ ପାଣିପାଗ ବିଜ୍ଞାନ କହିବା ଅନୁଯାୟୀ ଆସନ୍ତା ଜୁନ ୮ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଛୁଇଁଥିବା ବେଳେ ବର୍ତ୍ତମାନ ଏହା ସକ୍ରିୟ ହୋଇ ଅଗ୍ରସର ହେଉଛି । ଯାହା ୩ରୁ ୪ ଦିନ ଭିତରେ ଉପକୂଳରେ ପହଞ୍ଚିବ । ଯାହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ୧୭ ତାରିଖରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି ।