SUNSTARTV
ସନଷ୍ଟାରଟିଭି ବ୍ୟୁରୋ: କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି। ଓଡ଼ିଶାର ଦୁଇ ମୃତକ ହେଲେ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ ଜାହୁର। ମିଳିଥିବା ସୂଚନା ଅନୁଯାୟୀ, ମହମ୍ମଦ ଜାହୁର କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ତାରାଡାପାଲିର ବାସିନ୍ଦାବୋଲି ଜଣା ପଡିଛି ।
କୁଏତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ମୃତକଙ୍କ ତାଲିକାରେ ଏହି ଦୁଇ ଜଣଙ୍କ ନାମ ଥିବା ଜଣାପଡିଛି। କୁଏତ ସହରର ଅଲ-ମଙ୍ଗଫ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଗଠିତ ଏକ ୬ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ପୋଷ୍ଟରେ କହିଛନ୍ତି । ସେପଟେ ଭାରତୀୟଙ୍କ ମରଶରୀର ଫେରାଇ ଆଣିବା ପାଇଁ ଭାରତ ସରକାର ଗୁରୁବାର ରାତିରେ କୁଏତକୁ ଏକ ସାମରିକ ପରିବହନ ବିମାନ ପଠାଇଛନ୍ତି। ଅଧିକାଂଶ ମୃତକ କେରଳର ହୋଇଥିବାରୁ ଭାରତୀୟ ବାୟୁସେନାର ସି-୧୩୦ଜେ ପରିବହନ ବିମାନ ଶୁକ୍ରବାର ମୃତଦେହ ଫେରାଇ ଆଣିବ ଏବଂ ଏହା ପ୍ରଥମେ କୋଚିରେ ଅବତରଣ କରିବ ବୋଲି ଅଧିକାରୀମାନେ କହିଛନ୍ତି। ମୃତ ଭାରତୀୟଙ୍କ ମଧ୍ୟରୁ କିଛି ଉତ୍ତର ଭାରତର କିଛି ରାଜ୍ୟରୁ ଆସିଥିବାରୁ ବିମାନଟି ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି।