SunStarTV
ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପରେ ନୂଆ ସରକାର ଗଠନ ହୋଇଛି । କ୍ଷମତାକୁ ଆସିବା ପରେ ନୂଆ ସରକାର ବିଭିନ୍ନ ପ୍ରକାର ପରିବର୍ତ୍ତନ କରିଛନ୍ତି । ଏହାରି ଭିତରେ ନବୀନ ସରକାରଙ୍କର ସବୁଠାରୁ ଟ୍ରେଣ୍ଡିଙ୍ଗରେ ରହିଥିବା ବ୍ୟବସ୍ଥା ୫-ଟି ଓ ମୋ ସରକାର ବୋର୍ଡ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।
ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରରୁ ଏହି ବୋର୍ଡ ହଟାଇବାକୁ ନିର୍ଦ୍ଦେଶ ରହିଛି । ଏନେଇ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ପୂର୍ବରୁ ମଧ୍ୟ ବିଏସକେଓ୍ବାଇ ବନ୍ଦ ନେଇ ଏଇ ଭଳି ହଟଚମକ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଅନେକ ରୋଗୀ ହଇରାଣ ହେବା ପରେ ସ୍ପଷ୍ଟୀକରଣ ଦେଇଥିଲେ ଶାସନ ସଚିବ । ସେ କହିଥିଲେ ଯାହା ଜନତାଙ୍କ ସ୍ବାର୍ଥ ହିତରେ ତାହା ପରିବର୍ତ୍ତନ କରାଯିବ ନାହିଁ ।