SunstarTV
ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ ରାବରେଲି ଏବଂ ୱାୟାନାଡରେ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ରାହୁଲ ଉଭୟ ଆସନ ଜିତିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ଖବର ଆସିଛି ଯେ ରାହୁଲ ୱାୟାନାଡରୁ ସଦସ୍ୟତା ପଦରୁ ଇସ୍ତଫା ଦେଇପାରନ୍ତି ଏବଂ ତାଙ୍କ ସ୍ଥାନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ବାଛିପାରେ। ଏହାର ଅର୍ଥ ହେଉଛି ପ୍ରିୟଙ୍କା ଦକ୍ଷିଣରୁ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ।
ଭାଇ ରାହୁଲ ଗାନ୍ଧିଙ୍କ ପରେ ପ୍ରିୟଙ୍କା ଗାନ୍ଧି ବି ଆକ୍ଟିଭ ପଲଟିକ୍ସରେ ସାମିଲ ହୋଇ ପାରନ୍ତି । ଯାହା ଶୁଣିବାକୁ ମିଳୁଛି ରାହୁଲ ୱାୟନାଡ ଆସନରୁ ଇସ୍ତଫା ଦେବା ପରେ ପ୍ରିୟଙ୍କା ଗାନ୍ଧି ଏହି ସିଟ୍ରୁ ନିର୍ବାଚନ ଲଢ଼ି ପାରନ୍ତି ।
ରାହୁଲ ରାଏବରେଲୀରୁ ପ୍ରତିନିଧିତ୍ୱ କରିବାକୁ ସ୍ଥିର କରିଥିବା ବେଳେ ୱାୟନାଡ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏଠାରେ ଉପନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହୁଛି ।
ସୂଚନା ମୁତାବକ ଜନପ୍ରତିନିଧି ଆଇନ ଅନୁଯାୟୀ, ଜଣେ ରାଜନେତା ଅତି ବେଶିରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରିବେ। ଯଦି ସେ ଉଭୟ ଆସନରେ ଜିତୁଛନ୍ତି, ତା’ହେଲେ ତାଙ୍କୁ ରେଜଲ୍ଟ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ଯଦି ଜଣେ ଗୋଟିଏ ଆସନରୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ସେ ଉଭୟ ସିଟ୍ ମଧ୍ୟ ହରାଇବାର ଆଶଙ୍କା ରହିଛି। ଏଥିସହ ଇସ୍ତଫା ଦେବାର ୬ ମାସ ମଧ୍ୟରେ ଉକ୍ତ ଆସନରେ ଉପନିର୍ବାଚନ ହେବ ବୋଲି ସୂଚନା ରହିଛି ।