SunStarTV
ଖରାଛୁଟି ଶେଷ ହେବା ପରେ ଆସନ୍ତା ୧୮ରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ସ୍ୱୀକୃତୀପ୍ରାପ୍ତ ଏବଂ ଘରୋଇ ସ୍କୁଲଖୋଲିବ ।
ତେବେ ସରକାରୀ ସ୍କୁଲଗୁଡିକରେ ୬ରୁ ୧୪ବର୍ଷ ବୟସ ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟାହ୍ନ ଭୋଜନ ଦିଆଯାଉଛି। ୧୮ରୁ ଅର୍ଥାତ ପ୍ରଥମ ଦିନରୁ ହିଁ ଏହି ପିଲାଙ୍କୁ ଯେପରି ମଧ୍ୟାହ୍ନ ଭୋଜନ ଦିଆଯିବ ସେଥି ଲାଗି ପଦକ୍ଷେପ ନେବାକୁ ରାଜ୍ୟର ସମସ୍ତ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ପିଏମ୍ – ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ରଘୁରାମ୍ ଆର୍ ଆୟର ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଯେଉଁ ସୁବିଧା ପ୍ରଦାନ କରାଯାଉଛି ସେଥୁରୁ ଯେପରି କୌଣସି ପିଲା ବଞ୍ଚତ ନହୁଅନ୍ତି। ଏହାବ୍ୟତୀତ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ସମାଗ୍ରୀକୁ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି। ଖରାଛୁଟି
ହେବା ପରେ ଦୀର୍ଘ ଦିନ ହେବ ବ୍ୟବହୃତ ଚାଉଳ, ତେଲ, ଡାଲି, ସୋୟାବିନ ତଥା ଅନ୍ୟାନ୍ୟଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରିବାକୁ ଚିଠିରେ ନିର୍ଦେଶ ଦିଆଯାଇଛି । ଏହାବ୍ୟତୀତ ଖାଦ୍ୟ ପ୍ରସ୍ତୁତ ଲାଗି ଉପକରଣ କିଭଳି ରହିଛି ତାହାକୁ ମଧ୍ୟ ଯାଞ୍ଚ କରାଯିବ। ଏହି ସବୁକୁ
ବିଦ୍ୟାଳୟର ପ୍ରଧାନଶିକ୍ଷକ ଯାଞ୍ଚ କରିବା ପରେ ସିଆସିସି ଏବଂ ବିଇଓଙ୍କୁ ଅବଗତ କରାଇବେ। ସେହିପରି ପ୍ରଥମ ଦିନ ସମସ୍ତ ସ୍କୁଲର ମଧ୍ୟାହ୍ନ ଭୋଜନର ମାନ ଜିଲ୍ଲା ଶିକ୍ଷା ଅଧିକାରୀ, ବିଇଓ ଏବଂ ସିଆରସିସିମାନେ ତଦାରଖ କରିବେ । ଏହାବ୍ୟତୀତ ସ୍କୁଲ ପରିସରରେ ସଫା ସୁତରା, ପିଇବା ପାଣି ବ୍ୟବସ୍ଥା ସହ ମଧ୍ୟାହ୍ନ ଭୋଜନ ଲାଗି ଆବଶ୍ୟକ ସାମଗ୍ରୀ ଯାଞ୍ଚ କରିବାକୁ କୁହାଯାଇଛି।