ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ସେଥିମଧ୍ୟରୁ ଜ୍ୟୋତିଷ ଶାସ୍ତ୍ର ହେଉଛି ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଶାସ୍ତ୍ର ଅନୁସାରେ ଜ୍ୟୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା ଠାରୁ ଆରମ୍ଭ କରି ବ୍ୟକ୍ତିର ଭଗ୍ୟ ଭବିଷ୍ୟ ବିଷୟରେ ଅନେକ କିଛି କଥା କହିଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ମତରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଅନେକ ପ୍ରକାର ସଂଯୋଗ ସୃଷ୍ଟି ହେବା ସହ ଭିବିନ୍ନ ଯୋଗ ମଧ୍ୟ ହୋଇଥାଏ । ଯାହାକି ପ୍ରତ୍ୟେକ ବ୍ୟକ୍ତିର ଜୀବନ ଉପରେ କିଛି ନା କିଛି ପ୍ରଭବ ପକାଇଥାଏ । ତେବେ ଗ୍ରହମାନଙ୍କ ରଜକୁମାର ବୁଧ ଆସନ୍ତା ୧୪ ତାରିଖରେ ତାଙ୍କ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସେ ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ଜୁନ ୪ରୁ ଅସ୍ତ ହୋଇ ସାରିଛନ୍ତି । ତେବେ ଏହି ଅବସ୍ଥାରେ ରହି ସେ ଜୁନ ୧୪ ତାରିଖରେ ଅର୍ଥାତ ପ୍ରଥମ ରଜରେ ହିଁ ମିଥୁନ ରାଶିରେ ପ୍ରବେଶ କରିବେ । ସେଠାରେ ସେ ରହି ଜୁନ ୨୭ ତାରିଖରେ ଉଦୟ ହେବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱାରା ଏହା ସମସ୍ତ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । ଖାସ କରି ୩ଟି ରଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଯାହାଫଳ୍େର ଏସହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ହେବାର ସମ୍ଭାବନା ରହିବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୩ ରାଶି ବିଷୟରେ ।
ମେଷ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ରାଜ ବୁଧ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱାରା ଏହା ମେଷ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ସେନାବଙ୍କ ଜୀବନରେ ସଫଳତା ପାଇବା ସହ କାର୍ଯ୍ୟାଳୟରେ ମଧ୍ୟ ମାନ ସମ୍ନାନ ବୃଦ୍ଧି ହେବ । ଏଥିସହିତ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ମଧ୍ୟ ରହିଛି । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା ଯାନବାହାନ କିଣିବାକୁ ଚାହୁଁଥିଲେ ମଧ୍ୟ ଏହା ଅତ୍ୟନ୍ତ ଶୁଭ ସମୟ ରହିଛି । ତେବେ ବୁଧ ଅସ୍ତ ମେଷ ରାଶିର ବ୍ୟକ୍ତିଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ସମୃଦ୍ଧି ଭରିଦେବ ।
ସିହଂ ରାଶି: ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱାରା ସିହଂ ରାଶିର ବ୍ୟକ୍ତି ଜୀବନରେ ସମସ୍ତ ସମସ୍ୟା ଦୂର ହେବ । ଏଥିସହିତ ଅନେକ ଦିନରୁ ଅଟକି ରହିଥିବା କାମ ମଧ୍ୟ ଆରମ୍ଭ ହେବାର ଯୋଗ ରହିଛି । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବା ସହ ଚାକୀରି ଏବଂ ବ୍ୟାପାର କ୍ଷେତ୍ରରେ ମଧ୍ୟ ଲାଭବାନ ହେବେ । ଏହା ବ୍ୟତୀତ ଚାକିରୀ କରୁଥିବା ବ୍ୟକ୍ତି ତାଙ୍କ ସହେଯାଗିଠାରୁ ପ୍ରଶଂସିତ ହେବେ ଏବଂ ଦରମା ବୃଦ୍ଧିର ମଧ୍ୟ ଯୋଗ ରହିଛି ।
ଧନୁ: ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ବିଶେଷମାନେ ସମସ୍ତ କାର୍ଯ୍ୟରେ ସଫଳତା ପାଇବା ସହ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଲାଭବାନ ହେବେ । ତେବେ ଧନୁ ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅର୍ଥିକ ସ୍ଥିତି ଭଲ ରହିବା ସହ ପରିବାରରେ ମଧ୍ୟ ସୁଖ ଶାନ୍ତି ବଢିବ । ଏଥିସହିତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବାର ମଧ୍ୟ ଯୋଗ ରହିଛି ।