SUNSTARTV
ପ୍ରଧାନମନ୍ତ୍ରୀ ସଦା ସର୍ବଦା ଟେକନୋଲୋଜି ଉପରେ ଗୁରୁତ୍ୱ ଦେଇଥାନ୍ତି । ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ ରହିଥାନ୍ତି । ଏହି କ୍ରମରେ ସେ ତାଙ୍କର ଏକ ”AI” ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ମୋଦି ଯେଗ ଦିବସର କିଛି ଦିନ ପୂର୍ବରୁ ହିଁ ଏହି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଯୋଗାସନ ବିଷୟରେ ସୂଚନା ଦେଇଛନ୍ତି । ଏଥିସହିତ ସେହି ଯୋଗାସନର ଫାଇଦା ବିଷୟରେ ମଧ୍ୟ କହିଛନ୍ତି ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମଦି ନିଜର କାର୍ଯ୍ୟ ଶୈଳୀ ଏବଂ ଜୀବନଶୈଳୀ ପାଇଁ ସଦା ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ପ୍ରତ୍ୟେକ ଟି କାମ ଦେଶବାସୀଙ୍କୁ ପ୍ରେରଣା ଦେଇଥାଏ । ପ୍ରଧାମନ୍ତ୍ରୀ ନିଜ କାମ ସହିତ ନିଜ ସ୍ୱାସ୍ଥ୍ୟର ମଧ୍ୟ ଖୁବ ଯତ୍ନବାନ ରହିଥାନ୍ତି । ସେ ବିଭିନ୍ନ ସମୟରେ ଅନେକ ପ୍ରକାର ଯୋଗ ମଧ୍ୟ କରନ୍ତି । ଏଥିସହିତ ଯୋଗଗୁଡୁକର ଫାଇଦା ସମ୍ପର୍କରେ ମଧ୍ୟ ସୂଚନା ଦଇଥାନ୍ତି । ତେବେ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଏଆଇ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବୃକ୍ଷାସନ କରୁଥିବା ଦଖିବାକୁ ମିଳୁଛି । ଏଥିସହିତ ସେ ଏହି ଆସନର ପାଇଦା ବିଷୟରେ କହୁଥିବା ମଧ୍ୟ ଶୁଣିବାକୁ ମିଲୁଛି । ତେବେ ପ୍ରଧନମନ୍ତ୍ରୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟଏକ୍ସରେ ସେହି ଭିଡିଓକୁ ପୋଷ୍ଟ କରବା ସହ ବୃକ୍ଷାସନ ଅର୍ଥାତ୍ ବୃକ୍ଷ ମୁଦ୍ରାରେର କରାଯାଉଥିବା ଆସନର ଲାଭ ବିଷୟରେ ମଧ୍ୟ କହିଛନ୍ତି । ମୋଦି ତାଙ୍କ ଏଆଇ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ବୃକ୍ଷାସନ ଅର୍ଥାତ୍ ବୃକ୍ଷମୁଦ୍ରାରେ କରାଯାଉଥିବା ଯୋଗ ଆସନ ର ଅନେକ ଫାଇଦା ରହିଛି । ଏହା ଶରୀରକୁ ସନ୍ତୁଳନ ରଖିବା ସହ ଶରୀରକୁ ଶକ୍ତ ମଧ୍ୟ କରିଥାଏ ।
वृक्षासन यानि पेड़ की मुद्रा में किए जाने वाले आसन के कई फायदे हैं। यह शरीर के संतुलन को बेहतर बनाने के साथ ही इसे मजबूती प्रदान करता है। pic.twitter.com/cgUl2GO9vx
— Narendra Modi (@narendramodi) June 12, 2024
ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ୧୦ ଦିନ ମଧ୍ୟରେ ଦୁନିଆ ୧୦ମ ଅନ୍ତରାଷ୍ଟ୍ରିୟ ଯୋଗ ଦିବସ ପାଳନ କରିବାକୁ ଯାଉଛି । ଯେଉଁଥିରେ ଏକତା ଏବଂ ସଦଭାବର ଏକ କାଳଜୟୀ ପ୍ରଥାକୁ ପାଳନ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ସାଂସ୍କୃତିକ ଏବଂ ଭୈାଗଳିକ ସୀମା ଅତିକ୍ରମ କରି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରିବ ।
In ten days from now, the world will mark the 10th International Day of Yoga, celebrating a timeless practice that celebrates oneness and harmony. Yoga has transcended cultural and geographical boundaries, uniting millions across the globe in the pursuit of holistic well-being.
— Narendra Modi (@narendramodi) June 11, 2024
ତେବେ ଗତ ବର୍ଷ ଯୋଗ ଦିବସ ଅବସରରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିଥିଲେ । ସେ ଜାତିସଂଙ୍ଘ ମୁଖ୍ୟାଳୟର ୧୩୫ ଦେଶର ପ୍ରତିନିଧିଙ୍କ ସହ ଯୋଗ କରି ସାରା ବିଶ୍ୱକୁ ଏକ ନିଆରା ସନ୍ଦସ ଦେଇଥିଲେ । ସେ କହିଥିଲେ ଯେ କୌଣସି ବୟସର ବ୍ୟକ୍ତି ଯୋଗ କରିପାରିବେ । ଏହାକୁ ଆପଣ ଘରେ କାମ ସମୟରେ କିମ୍ବା କେଉଁଠି ଆରାମରେ ମଧ୍ୟ କରିପାରିବେ । ତେବେ ଚଳିତ ବର୍ଷ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ମୋଦି ଏକ ଯୋଗାସନ କରିବା ସହ ତାହାର ଏକ ଏଆଇ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।