SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଉ କିଛି ସମୟର ପରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଆରମ୍ଭ ହୋଇଯିବ । ଏନେଇ ସରିଛି ସମସ୍ତ ପ୍ରସ୍ତୁତି । ଓଡିଶାକୁ ଆସୁଛନ୍ତି ବଡବଡ ନେତା ଆଉ ମନ୍ତ୍ରୀ । ତେବେ ଓଡିଶାରେ ପହଞ୍ଚି ସାରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଓଡିଶାରେ ପହଞ୍ଚିଛନ୍ତି । ତେବେ ମୋଦି ପୂର୍ବ ନିର୍ଦ୍ଧାରିତ ସମୟରେ ହିଁ ଭୁବନେଶ୍ୱରରେ ପହଞ୍ଚିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଛି । ଏଥିସହିତ କଡା ସୁରକ୍ଷା ବଳୟ ଭିତରେ ମୋଦି ରାଜଭନରେ ପହଞ୍ଚିଛନ୍ତି ।
ପ୍ରଧନାମନ୍ତ୍ରୀ ରାଜଭବନରେ ପହଞ୍ଚି ସେଠାରେ ସେ ବିଶ୍ରାମ ନେଉଛନ୍ତି । ଏହାପରେ ସେ ନିର୍ଦ୍ଧାରିତ ସମୟରେ ହିଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଜନତା ମୈଦାନକୁ ଯିବେ । ତେବେ ଆଜି ଅପରାହ୍ନ ୪ଟା ୪୫ରୁ ସନ୍ଧ୍ୟା ୫ ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସମୟ ଧାର୍ଯ୍ୟ ହୋଇଛି । ଯାହାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ରାଜୟବାସୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତି ପରିଡା ମଧ୍ୟ ଆଜି ଶପଥ ପାଠକରିବେ ।
ତେବେ ଏହି ଶପଥ ସମାରେହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସହ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଅମିତଶାହା , ରାଜନାଥ ସିଂ ମଧ୍ୟ ଭରବଙ୍କନଶ୍ୱରରେ ପହଞ୍ଚିଛନ୍ତି । ଏଥିସହିତ ଏହି ଶପଥ ସମାରୋହ ଉତ୍ସବରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ମଧ୍ୟପ୍ରଦେଶ୍ର ନୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଛଡିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଏବଂ ଗୋଆର ମୁଖ୍ୟମନ୍ତ୍ରୀ ପବନ ସାୱନ୍ତ ଓଡିଶାରେ ପହଞ୍ଚିଛନ୍ତି । ସେମାନେ ଓଡିଶାରେ ପହଞ୍ଚି ବା ମାତ୍ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ । ଏହାପରେ ସେ ଭୁବନେଶ୍ୱରରେ ପହଞ୍ଚିବା ସହ ମୁଖୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବେ ।