SunStarTV
ବାସ ଆଉ କିଛି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମ ଥର ପାଇଁ ବିଜେପି ତାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ତେବେ ମୋହନ ମାଝୀଙ୍କ ସହ ତାଙ୍କର ନୂଆ ଟିମ୍ ମଧ୍ୟ ଗଠନ ହେବାକୁ ଯାଉଛି।
ଯାହା ପାଇଁ ବିଜେପି ନେତା ମାନଙ୍କୁ ଘନ ଘନ କଲ ଆସୁଛି। ମୋହନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଫୋନକଲ ଯାଉଛି। ବର୍ତ୍ତମାନ ସୁଦ୍ଧା ଯାହା ସୂଚନା ମିଳିଛି ବିଜେପି ର ସୁରଜ ସୂର୍ଯ୍ୟବଂଶୀ, ପୃଥୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, କୃଷ୍ଣଚନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ଗଣେଷରାମ ଖୁଣ୍ଟିଆ, ସୁରମା ପାଢ଼ୀ, ସମ୍ପଦ ସ୍ବାଇଁଙ୍କୁ ଫୋନ କଲ ଯାଇଥିବା ଜଣାପଡ଼ିଛି।
ମୋହନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଫୋନ କୁଚିଣ୍ଡା ବିଧାୟକ ରବି ନାଏକ ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଫୋନ କଲ ଯାଇଥିବା ସୂଚନା । ତେବେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସି ପହଞ୍ଚିଛନ୍ତି ।