SunstarTV
ବାସ ଆଉ ଗୋଟିଏ ଦିନ ପରେ ରାଜ୍ୟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ। ଗତକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ। ଅପରାହ୍ନ ୪ଟା ସମୟରେ ବୈଠକ ବସିବ ବୋଲି ସ୍ଥିର କରାଯାଇଛି । ଆଜି ଓଡିଶାରେ ପହଞ୍ଚିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନେଇ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ।
ଏହା ପାଇଁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପହଞ୍ଚି ଗଲେଣି । ଆଜି ଦିନ ୯ଟା ସମୟରେ ସେ ବିମାନବନ୍ଦରରେ ପହଞ୍ଚିଥିଲେ । ତେବେ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ , ସେ ନେଇ ଆଜି ସସ୍ପେନ୍ସ ହଟିବ । ବିଜେପି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ବିଜେପି। ଆଜି ଏହି କଳ୍ପନା ଯଳ୍ପନା ଶେଷ ହେବ ବୋଲି ସଭିଙ୍କ ଆଶା ରହିଛି।
ସେପଟେ ମୁଖ୍ୟମନ୍ତ୍ରୀ ରେସରେ ବିଧାୟକ ସୁରେଶ ପୂଜାରୀ ଏବଂ ରାଜ୍ୟ ସଭାପତି ମନମୋହଲ ସାମଲଙ୍କ ନାଁ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛି। ଏହାସହ ଉପମୁଖ୍ୟମନ୍ତ୍ରୀ ଆସନରେ ବି ବିଧାୟକ ମୋହନ ଚରଣ ମାଝି ଏବଂ ଜୟନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ନବୀନଙ୍କ ପରେ ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ତାର ସରକାର ଗଢ଼ିବାକୁ ଥିବା ବେଳେ ଏହାକୁ ନେଇ କର୍ମୀ ମାନେ ବହୁତ ଉତ୍ସାହ ଅଛନ୍ତି ।