SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତ କିଛିଦିନ ହେବ ବଲିଉଡ ଜଗତକୁ ନେଇ କୁଛି ନା କିଛି ଖବର ସାମ୍ନାକୁ ଆସୁଛି । କେତେବେଳେ ଷ୍ଟାର ଦମ୍ପତ୍ତିଙ୍କ ବିବାହ ବିଚ୍ଛେଦ ଖବର ବି ଟାଉନରେ ଚହଳ ସୃଷ୍ଟି କରୁଛି ତ ଆଉ କେତେବେଳେ ଷ୍ଟାର କିଡମାନଙ୍କ ଭାଇରାଲ ଭିଡିଓ ଦର୍ଶକଙ୍କୁ ଚମକାଇ ଦେଉଛି । ତେବେ ନିକଟରେ ଏହିପରି ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଆଉ ଏକ ଖବରକୁ ନେଇ ଚର୍ଚ୍ଚା ହେଉଛି । ଯାହାକୁ ଜାଣିବା ପରେ ଫ୍ୟାନ୍ସଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ ।
ମିଳିଥିବା ସୂଚନା ଅନୁଯାୟୀ, ବଲିଉଡର ଦବଙ୍ଗ ହିରୋଇନ୍ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି । ତେବେ ସୋସିଆଲ ମିଡିଆରେ ସୋନାକ୍ଷୀଙ୍କ ଏହି ବିବାହ ଖବର ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ସୋନାକ୍ଷୀ କିନ୍ତୁ କିଛି କହି ନଥିବ ଜଣାପଡିଛି । କୁହାଯାଉଛି ଯେ ବି ଟାଉନର ଏହି ଦମଦାର ଅଭିନେତ୍ରୀ ଚଳିତ ମାସ ୨୩ ତାରିଖରେ ବିବାହ କରିବାକୁ ଯାଉଛନ୍ତି । ସେ ଜାହିର ଇକବାଲଙ୍କୁ ବିବାହ କରିବେ ବୋଲି ଜଣାପଡିଛି । ଏଥିସହିତ ଉଭୟଙ୍କ ହସମଜା ସମୟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭଇରାଲ ହେବାର ଲାଗିଛି । ଦବଙ୍ଗ ଗାର୍ଲଙ୍କ ବିବାହକୁ ନେଇ ମୁହଁ ଖୋଲିଛନ୍ତି ବାପା ତଥା ବରିଷ୍ଠ ଅଭିନେତା ଶତୃଘ୍ନ ସିହ୍ନା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ କରିଛି । ତାଙ୍କ ପ୍ରତିକ୍ରିୟାରୁ ଏହା ଜଣାପଡୁଛି ଯେ , ଝିଅ ସୋନାକ୍ଷୀ ବାପାଙ୍କୁ ନ ପଚାରି ବିବାହ କରିବକୁ ଯାଉଛନ୍ତି ।
ତେବେ ଭେଟନାର ଅଭିନେତା ଶତୃଘ୍ନ ଏକ ସାକ୍ଷାତକାରରେ ତାଙ୍କ ଝିଅ ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆଜିକାଲିର ପିଲା କଣ କରୁଛନ୍ତି କଣ ନାହିଁ ତାହା ପିତାମାତାଙ୍କୁ ଜଣାନ୍ତି ନାହିଁ । ସେମାନେ କେବଳ ସେମାନଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦିଅନ୍ତି ।ଅଭିନେତା ଶତୃଘ୍ନ ଆହୁରି ମଧ୍ୟ କହିଛନ୍ତି ଯେ , ବର୍ତ୍ତମନ ମୁଁ ଦିଲ୍ଲୀରେ ଅଛି ଲୋକସଭା ନିର୍ବାଚନ ଫଳାଫଳ ଆସିଛି ମୁଁ ଏଠାରେ ଅଛି । ମୁଁ ମୁମ୍ବାଇ ଯାଇ ନାହିଁ କିମ୍ବା ସୋନାକ୍ଷୀ ସହ କଥା ହୋଇନାହିଁ । ଆପଣ ଯାହା କହୁଛନ୍ତି ମୁଁ ତାହା ହିଁ ଶୁଣୁଛି । ମୋ ଝିଅ ସୋନାକ୍ଷୀ ବିବାହ ବିଷୟରେ ମତେ ଯେଉଁ ପ୍ରଶ୍ନ ପଚାରୁଛନ୍ତିସେ ବିବାହ କରିବାକୁ ଯାଉଛି ସେ ବିଷୟରେ ମୋର କୌଣସି ଧାରଣା ନାହିଁ ବୋଲି ସେ କହିଛନ୍ତି ।
ଶତୃଘ୍ନ ସାକ୍ଷାତକାରରେ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନେ ବଡ ହେଲେଣି ସେମାନଙ୍କ ଜୀବନର ନିଷ୍ପତ୍ତି ନେବାର ଅଧିକାର ତାଙ୍କ ପାଖରେ ଅଛି । ତେବେ ମୁଁ ଯେତିକି ସୋନାକ୍ଷୀକୁଜାଣିଛି ସେ କେବେ ବି କିଛି ଭୁଲ ନିଷ୍ପତ୍ତି ନେବ ନାହିଁ । ସେ ଯାହାବି ନିଷ୍ପତ୍ତି ନେବେ ମୁଁ ତାଙ୍କ ସହିତ ରହିବି ଏବଂ ମୋ ଆଶୀର୍ବାଦସଦା ସର୍ବଦା ତା ସହ ରହିବ । ତେବେ ଏହିସବୁ କଥା କହିବା ବେଳଏ ଅଭିନେତା ଶତୃଘ୍ନ କିଛି ସମୟ ପାଇଁ ଭାବ ବିହ୍ୱଳ ହୋଇଥିବା ଜଣାପଡିଛି ।