Sunstar TV
ସନଷ୍ଟାର ଟିଭି ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେଲା ମୋହନ ମାଝୀଙ୍କ ନାମ । ବିଜେପି ଖେଳିଲା ଆଦିବାସୀ କାର୍ଡ ମୁଖ୍ୟମନ୍ତ୍ରୀ ପାଇଁ ଘୋଷଣା କଲା ମୋହନ ମାଝୀଙ୍କ ନାମ । କେନ୍ଦୁଝରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ମୋହନ । ସାରା ରାଜ୍ୟ ଅପେକ୍ଷା କରିଥିଲା ସେହି ଚେହେରା କିଏ ହେବ ମୁଖ୍ୟମନ୍ତ୍ରୀ । ଶେଷରେ ଘୋଷଣା ହୋଇଛି ନାଁ । ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ କେନ୍ଦ୍ର ନେତୃତ୍ୱ ନେଲେ ନିଷ୍ପତ୍ତି ମୋହନ ମାଝୀ ହେବେ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେଭି ସିଂହଦେଓ ଓ ପ୍ରଭାତୀ ପରିଡା ହେବେ ଉପମୁଖ୍ୟମନ୍ତ୍ରୀ ।