SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଟେସଲା ସିଇଓ ତଥା ଏକ୍ସର ମାଲିକ ଏଲନ୍ ମସ୍କ ଆପଲ ଏବଂ ଚାଟ୍ ଜିପିଟି ନିର୍ମାତା ଓପନ୍ ଏଆଇ ମଧ୍ୟରେ ଭାଗିଦାରୀ ପରେ ଏକ ବଡ ଘୋଷଣା କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି । ବାସ୍ତବରେ ଏଲନ୍ ମସ୍କ ତାଙ୍କ ସୋସିଆଲ ମିଡିଆ ଆପ୍ ଏକ୍ସର ଅଫିସିଆଲ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆପଲ ଏବଂ ଚାଟ୍ ଜିପିଟି ନିର୍ମାତା ଓପନ୍ ଏଆଇ ମଧ୍ୟରେ ଥିବା ସହଭାଗିତାକୁ ସେ ଖାସ ପସନ୍ଦ କରି ନାହାନ୍ତି । ଏଥିସହିତ ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
And visitors will have to check their Apple devices at the door, where they will be stored in a Faraday cage
— Elon Musk (@elonmusk) June 10, 2024
ଏଲନମସ୍କ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ଯଦି ଓପନ୍ ଏଆଇର ସଫ୍ଟୱେର୍ ଆଇଫେନର ଅପରେିଂ ସିଷ୍ଟମରେ ଆସେ , ତାହାଲେ ତାଙ୍କ କମ୍ପାନୀରେ କାହାକୁ ଆପଲ ଡିଭାଇସ୍ ବ୍ୟବହାର କରିବାକୁ ଦିଆଯିବ ନାହିଁ । ଏଥିସହିତ ଆପଲ ଓଏସ୍ ସ୍ତରରେ ଓପନ ଏଆଇକୁ ସଂଯୋଗ କରେ ତେବେ ମୋ କମ୍ପାନୀରେ ଆପଲ ଡିଭାଇସ ବ୍ୟବହାରକୁ ସମ୍ପୂଣ୍ଣ ନିଷେଧ କରାଯିବ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ମୋ କମ୍ପାନୀ ପରିଦର୍ଶନ କରୁଥିବା ପରିଦର୍ଶକମାନଙ୍କୁ ମଧ୍ୟ ତାଙ୍କ ଆପୋଲ ଡିଭାଇସ୍ ବାହାରେ ରଖି ଆସିବାକୁ ପଡିବ ।
ଏହି ସବୁ ଉପକରଣ ବାହାର ଗେଟରେ ପ୍ରଥମେ ଯାଞ୍ଚ ହେବ , ଏହାପରେ ବାହାରେ ଥିବା ଗୋଟିଏ ଘରେ ରଖାଯିବ । ତେବେ ଆପଲ ବିଷୟରେ କାହିଁ ଏପରି ମନ୍ତବ୍ୟ ଦେଇଛନ୍ତି ମସ୍କ ତାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି ।
If Apple integrates OpenAI at the OS level, then Apple devices will be banned at my companies. That is an unacceptable security violation.
— Elon Musk (@elonmusk) June 10, 2024
ତେବେ ମିଡିଆ ରିପୋର୍ଟ ଅନୁସାରେ ଏଲନ ମସ୍କ ଆପୋଲ ବିଷୟରେ ଏପରି କହିବାର କାରଣ ମଧ୍ୟ ସେ କହିଛନ୍ତି । ମସ୍କ କହିଛନ୍ତି ଯେ, ଆପଲ ନିଜର ଏଆଇ ସୃଷ୍ଟି କରିବାରେ ସକ୍ଷମ ନୁହେଁ । ସେ ଓପନ୍ ଏଆଇ ସହିତ ନିଶ୍ଚିତ କରୁଛନ୍ତି ଯେ ଓପନ ବ୍ୟବହାରକାରୀଙ୍କ ତଥ୍ୟକୁ ନିୟନ୍ତ୍ରଣ କରିବା ପରେ ଆପଲ ନିଜେ ମଧ୍ୟ ଜାଣି ନାହିଁ ।
It’s patently absurd that Apple isn’t smart enough to make their own AI, yet is somehow capable of ensuring that OpenAI will protect your security & privacy!
Apple has no clue what’s actually going on once they hand your data over to OpenAI. They’re selling you down the river.
— Elon Musk (@elonmusk) June 10, 2024