SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଦେଶ ତଥା ରାଜ୍ୟରେ ନିର୍ବାଚନ ସରିବା ପରେ ବଢିଛି ସାଧାରଣ ଖାଉଟିଙ୍କ ଚିନ୍ତା । ଡାଲି ଚାଉଳ ଠାରୁ ଆରମ୍ଭ କରି ପନିପରିବା ସମସ୍ତ ଅତ୍ୟାବଶକୀୟ ସାମଗ୍ରୀର ହୋଇଛି ଦର ବୃଦ୍ଧି । ଯାହାକୁ ନେଇ ଚିନ୍ତାରେ ସାଧାରଣ ଖାଉଟି । ନିର୍ବାଚନ ସରିବାର ମାତ୍ର ଦିନ କେଇଟାରେ ଆଶିତିତ ମାତ୍ରାରେ ବୃଦ୍ଧି ପାଉଛି ପରିବା ଦର । ଟ୍ୱିନ୍ ସିଟି ସମେତ ରାଉରକେଲା ଏବଂ ଅନ୍ୟ ସହରରେ ପରିବା ଦର ଆକାଶ ଛୁଆଁ ହୋଇଛି । ଅଧିକାଶଂ ପରିବାର ଦର ୮୦ ଟଙ୍କା ରହିଥିବା ବେଳେ ଝୁଡଙ୍ଗ୧୦୦ ଟଙ୍କା ରହିଛି । ସେହିପରି ସବୁଠୁ କମ୍ ଦାମ୍ ରହିଛି ବାଇଗଣ । ଯାହାର ମୂଲ୍ୟ କଟକ ଛତ୍ରବଜାରରେ କିଲୋ ପ୍ରତି ୨୦ ରୁ ୪୦ ଟଙ୍କା ରହିଛି । ତେବେ ଗତକାଲି ଡାଲି ,ଚାଉଳ ତେଲ ,ସୁଜି ଆଦି ରାସନର ଦାମ୍ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ପରିବାର ଦାମରେ ଏପରି ପରିବର୍ତ୍ତନ ସାଧାରାଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି ।
ଏହି ପରିବାଗୁଡିକର ଦରବୃଦ୍ଧିକୁ ନେଇ ସବୁଠି ଚର୍ଚ୍ଚା ହେଉଛିା ବଜାର ଠାରୁ ଆରମ୍ଭ କରି ଘର , ଘରଠୁ ଆରମ୍ଭ କରି ହୋଟେଲ୍ ସବୁଠି ହେଇଛି ଆଲୋଚନା ବିଭିନ୍ନ ସ୍ଥାନରେ କଲରା କିଲୋ ପିଛା ୬୦ରୁ ୮୦ ଟଙ୍କା ରହିଥିବା ବେଳେ ଭେଣ୍ଡି ୫୦ ଟଙ୍କା ଚମୋଟୋ ୪୦ ଟଙ୍କା ପୋଟଳ ୮୦ ଟଙ୍କା କଖାରୁ ୬୦ ଟଙ୍କା ଆଦିରେ ବିକ୍ରି ହେଉଛି । ଏହାକୁ ଛାଡିଦେଲେ ପିଆଜ , ରସୁଣ , ଅଦା ଦର ମଧ୍ୟ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ରସୁଣ କିଲୋ ପ୍ରତି ୨୬୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପିଆଜ ଦର ମଧ୍ୟ ୧୦ ଦିନ ମଧ୍ୟରେ କିଲୋଗ୍ରାମ ପିଛା ୧୨ ଟଙ୍କା ବୃଦ୍ଧି ପାଇଛି । ତେବେ ପରିବା ସହ ଖୁଚୁରା ବଜାରରରେ ମଧ୍ୟ ବିଭିନ୍ନ ଖାଦ୍ୟସାମଗ୍ରୀର ଦାମ ବୃଦ୍ଧି ପାଇଛି ।
ତେବେ ପରିବାର ଏପରି ଦର ଶୁଣି ଗ୍ରାହାକ ହାଟକୁ ଯିବାକୁ ଡରୁଛନ୍ତି । ପରିବା କିଣିବାକୁ ଇଚ୍ଛାଥିଲେ ମଧ୍ୟ ଆବଶ୍ୟକତା ଅନୁସାରେ ନୁହେଁ ବରଂ ପେଟକୁ ଏବଂ ପକେଟକୁ ଦେଖି ଖର୍ଚ୍ଚ କରିବାକୁ ପଡୁଛି । ଗତ କିଛି ଦିନ ଖୁଚୁରା ବଜାର ଏବଂ ପରିବା ବଜାରରେ ଏପରି ଦର ବୃଦ୍ଧି ଖାଉଟିଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି । ସେହିପରି ଏହି ଦରଦାମ୍ ବୃଦ୍ଧି ସତେ ଯେପରି ହାଣ୍ଡିଶାଳକୁ ଶକ୍ତ ପ୍ରହାର କରୁଛି । ତେବେ ଏହିସବୁ ଦର ବୃଦ୍ଧିରେ କେବେ ଲାଗିବ ବ୍ରେକ ତାକୁ ନେଇ ଚିନ୍ତାରେ ଖାଉଟି ।