SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆସନ୍ତା କାଲି ଓଡିଶା ପାଇଁ ଏକ ଏବଂ ଓଡିଶାବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । କାରଣ ଆସନ୍ତାକାଲି ଓଡିଶାରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ପାଠ କରିବେ । ଯାହାକୁ ନେଇ ସରିଛି ସମସ୍ତ ପ୍ରସ୍ତୁତି । ଟ୍ରାଫିକ ନିୟମ ଠାରୁ ଆରମ୍ଭ କରି ରାତ୍ରକାଳିନ ପେଟ୍ରୋଲିଙ୍ଗ, ଚେକିଂ ବ୍ଲକିଂ ସବୁ ଉପରେ ତୀକ୍ଷ୍ଣ ନଜର ରଖିଛି କମିଶନରେଟ ପୋଲିସ । ତେବେ ଏହାରି ଭିତରେ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେପିର ୫ ଟାଣୁଆ ନେତା । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି ।
ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା କାଲି ଅପରାହ୍ନ ୪ ଟା ୪୫ରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ବିଶେଷମାନେ ମଧ୍ୟ ସାମିଲ ରହିବେ । ତେବେ ଏହି ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ ଆସିଛି । ଏହି ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେପିର ୫ ବରିଷ୍ଠ ନେତା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି , ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଏବଂ ବସନ୍ତ ପଣ୍ଡା ଏହି ନିମନ୍ତ୍ରଣ ପତ୍ର ଦେବକୁ ନବୀନ ନିବାସ ଯାଇଥିବା ସୂଚନା ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଦୀର୍ଘ ୨୪ ର୍ବା ହେବ ନିମନ୍ତ୍ରଣ କାର୍ଡ ପଠାଉଥିବା ବେଳେ ଆଜି ନବୀନ ନିବାସକୁ ଆସିଛି ନିମନ୍ତ୍ରଣ ପତ୍ର ।
ଅନ୍ୟପକ୍ଷେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ପାଇଁ ପୁରା ପ୍ରସ୍ତୁତ ହୋଇନ ସାରିଲଣି ଜନତା ମୈଦାନ । ପୋଲିସର କଡା ନଜର ସହ ବିଭିନ୍ନ ସ୍ଥାନରେ ଲାଗିଛି ସିସିଟିଭି କ୍ୟାମେରା । ଏଥିସହିତ ଗ୍ରୀନ କରିଡର ମଧ୍ୟ ପ୍ରସ୍ତୁତ ହୋଇଛି । ତେବେ ଆସନ୍ତା କାଲି ଅପରାହ୍ନ ୪ ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମଧ୍ୟ ସାମିଲ ହେବେ । ଦିନ ୨ ଟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ସେ ରାଜଭବନରେ ୨ ଘଣ୍ଟା ରହିବା ପରେ ଯିବେ ଜନତା ମୈଦାନ । ଏହାପରେ ଆରମ୍ଭ ହେବ ଶପଥ ସମାରୋହ ଉତ୍ସବ ।
ତେବେ ଚଳିତ ନିର୍ବାଚନ ଓଡିଶାର ରାଜନୀତି ଇତିହାସକୁ ବଦଳାଇ ଦେଇଛି । ୨୪ ବର୍ଷର ସରକାର ଭାଙ୍ଗିଛି ।ଫଳରେ ଓଡିଶାରେ ଆରମ୍ଭ ହେବାକୁ ଯାଉଛି ବିଜେପି ସରକାର । ବିଜେପି ଚଳିତ ନିର୍ବାଚନରେ ୨୦ଟି ଲୋକସଭା ଆସନ ହାତେଇଥିବା ବେଳେ ୮୦ ଟି ବିଧାନସଭା ଆସନ ମଧ୍ୟ ନିଜ ଖାତାକୁ ନେଇଥିଲେ । ଫଳରେ ଓଡିଶାରେ ବିଜେପି ସରକାର କରିବାକୁ ଯାଉଛି ।