SunstarTV
ମୋଦି ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ବସିବ ପ୍ରଥମ କ୍ୟାବିନେଟ୍ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିପାରେ ବୋଲି ସୂଚନା ମିଳୁଛି। ସନ୍ଧ୍ୟା ୫ଟା ରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ। ସେଠାରେ ୧୦୦ ଦିନ କାର୍ଯ୍ୟ ଖସଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା। ତୃତୀୟଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ। ମୋଦୀ ଏବଂ ଅନ୍ୟ ୭୧ଜଣ ମନ୍ତ୍ରୀ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ ୩୦ ଜଣ କ୍ୟାବିନେଟ୍ , ୫ ଜଣ ସ୍ଵାଧୀନ ରାଷ୍ଟ୍ର ମନ୍ତ୍ରୀ , ୩୬ ଜଣ ଅଛନ୍ତି ରାଷ୍ଟ୍ର ମନ୍ତ୍ରୀ।
ତୃତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବା ପରେ ଏହି ମାନଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି:
ରାଜନାଥ ସିଂହ- କ୍ୟାବିନେଟ ମନ୍ତ୍ରୀ , ଅମିତ ଶାହ- କ୍ୟାବିନେଟ ମନ୍ତ୍ରୀ, ନୀତିନ ଗଡ଼କରୀ- କ୍ୟାବିନେଟ ମନ୍ତ୍ରୀ, ଜେପି ନଡ୍ଡା- କ୍ୟାବିନେଟ ମନ୍ତ୍ରୀ, ଶିବରାଜ ସିଂ ଚୌହ୍ୱାନ- କ୍ୟାବିନେଟ ମନ୍ତ୍ରୀ, ନିର୍ମଳା ସୀତାରମଣ- କ୍ୟାବିନେଟ ମନ୍ତ୍ରୀ, ଏସ. ଜୟଶଙ୍କର- କ୍ୟାବିନେଟ ମନ୍ତ୍ରୀ, ମନୋହରଲାଲ- କ୍ୟାବିନେଟ ମନ୍ତ୍ରୀ, ଏଚଡି କୁମାରସ୍ୱାମୀ- କ୍ୟାବିନେଟ ମନ୍ତ୍ରୀ, ପୀୟୂଷ ଗୋୟଲ- କ୍ୟାବିନେଟ ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ- କ୍ୟାବିନେଟ ମନ୍ତ୍ରୀ,ଜିତନରାମ ମାଂଝି- କ୍ୟାବିନେଟ ମନ୍ତ୍ରୀ,ଲଲନ ସିଂ- କ୍ୟାବିନେଟ ମନ୍ତ୍ରୀ, ସର୍ବାନନ୍ଦ ସୋନୱାଲା- କ୍ୟାବିନେଟ ମନ୍ତ୍ରୀ,ଡ. ବିରେନ୍ଦ୍ର କୁମାର- କ୍ୟାବିନେଟ ମନ୍ତ୍ରୀ,କିଞ୍ଜାରାପୁ ରାମମୋହନ ନାଇଡୁ- କ୍ୟାବିନେଟ ମନ୍ତ୍ରୀ, ପ୍ରହଲ୍ଲାଦ ଯୋଶୀ- କ୍ୟାବିନେଟ ମନ୍ତ୍ରୀ,ଜୁଏଲ ଓରାମ- କ୍ୟାବିନେଟ ମନ୍ତ୍ରୀ, ଗିରିରାଜ ସିଂ- କ୍ୟାବିନେଟ ମନ୍ତ୍ରୀ, ଅଶ୍ୱିନ ବୈଷ୍ଣବ- କ୍ୟାବିନେଟ ମନ୍ତ୍ରୀ,ଜ୍ୟୋତିରାଦିତ୍ୟ ସିନ୍ଧିଆ- କ୍ୟାବିନେଟ ମନ୍ତ୍ରୀ,ଭୁପେନ୍ଦ୍ର ଯାଦବ- କ୍ୟାବିନେଟ ମନ୍ତ୍ରୀ,ଜେନ୍ଦ୍ର ସିଂ ଶେଖାୱତ- କ୍ୟାବିନେଟ ମନ୍ତ୍ରୀ, ଅନ୍ନପୂର୍ଣ୍ଣା ଦେବୀ- କ୍ୟାବିନେଟ ମନ୍ତ୍ରୀ,କିରନ ରିଜିଜ୍ଜୁ- କ୍ୟାବିନେଟ ମନ୍ତ୍ରୀ, ହରଦୀପ ସିଂ ପୁରୀ- କ୍ୟାବିନେଟ ମନ୍ତ୍ରୀ,ମନସୁଖ ମାଣ୍ଡଭ୍ୟ- କ୍ୟାବିନେଟ ମନ୍ତ୍ରୀ,ଜି. କିଶନ ରେଡ୍ଡି- କ୍ୟାବିନେଟ ମନ୍ତ୍ରୀ,ଚିରାଗ ପାସୱାନ- କ୍ୟାବିନେଟ ମନ୍ତ୍ରୀ, ସିଆର ପାଟିଲ- କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି ।