SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତି ଶୋଇବା ସମୟରେ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧାରଣ କଥା । ଏହି ସ୍ୱପ୍ନ ବେଳେ ବେଳେ ବ୍ୟକ୍ତିର ମନକୁ ବାରମ୍ବାର ଆସିଥାଏ ତ ଆଉ କେତେବେଳେ ଏହି ସ୍ୱପ୍ନ ମନରୁ ଲିଭିଯାଏ । କିନ୍ତୁ ଏପରି କିଛି ସ୍ୱପ୍ନ ଥାଏ ଯାହା ବାସ୍ତବ ଜୀବନରେ ଘଟୁଥିବା ଘଟଣାକୁ ଇଙ୍ଗିତ କରିଥାଏ । ଯାହାକି ସ୍ୱପ୍ନ ଶାସ୍ତ୍ରରେ ଏହି ସବୁ ବିଷୟରେ ଉଲ୍ଲେଖ ରହିଛି । ତେବେ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଦେଖୁଥିବା କିଛି ସ୍ୱପ୍ନ ତାର ବାସ୍ତବ ଜୀବନ ସହ ଜଡିତ ଥାଏ । ଯାହାକୁ କାହା ଆଗରେ ପ୍ରକାଶ କରିବା ଉଚିତ୍ ନୁହେଁ । ନଚେତ୍ ଜୀବନରୁ ସୁଖ ସମୃଦ୍ଧି ଚାଲିଯାଇଥାଏ । କାରଣ ଏହି ସବୁ ସ୍ୱପ୍ନ ବ୍ୟକ୍ତି ଜୀବନରେ ଘଟୁଥିବା ଶୁଭ ଅଶୁଭ ଘଟଣା ସହ ଜଡିତ ଥାଏ । ଯାହାକୁ ନିଜ ଲୋକଙ୍କ ଆଗରେ ପ୍ରକାଶ କରାଯିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହିିସବୁ ସ୍ୱପ୍ନ ବିଷୟରେ ।
ରୂପାରେ ପୂର୍ଣ୍ଣ ହଇଥିବା କଳସ ସ୍ୱପ୍ନ ଦେଖିବା: ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ରୂପାରେ ପୂର୍ଣ୍ଣ ହୋଇଥିବା କଳସ ଦେଖୁଡଛନ୍ତି ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ବ୍ୟକ୍ତିର ଭବିଷ୍ୟତକୁ ଉଜ୍ୱଳ କରିବାର ସଂକେତ ଦେଇଥାଏ । କିନ୍ତୁ ଆପଣ ଯଦି ଏପରି କିଛି ସ୍ୱପ୍ନ ଦେଖୁଛନ୍ତି ତେବେ ଏହାକୁ କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ । ନଚେତ୍ ଏହା ଶୁଭ ଫଳ ବଦଳରେ ଅଶୁଭ ଫଳ ପ୍ରଦାନ କରିବ । ଏଥିସହିତ ଜୀବନରେ ମଧ୍ୟ ସମସ୍ୟା ଦେଖାଦେବ ।
ମୃତ୍ୟୁର ସ୍ୱପ୍ନ ଦେଖିବା: ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜର କିମ୍ବା ନିଜ ପରିଚିତ ଲୋକଙ୍କ ମୃତ୍ୟୁ ହେଉଥିବା ସ୍ୱପ୍ନ ଦେଖୁଛନ୍ତି ତେବେ ଏହାକୁ କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ଏପରି ସ୍ୱପ୍ନ ବ୍ୟକ୍ତିର ଜୀବନରେ ଦୁଃଖ କଷ୍ଟ ଦୂର କରିବାର ସଂକେତ ଦେଇଥାଏ । କିନ୍ତୁ ଏହାକୁ ଯଦି କାହା ଆଗରେ ପ୍ରକାଶ କରିବେ ତେବେ ଏହି ସ୍ୱପ୍ନ ଓଲଟା ଫଳ ପ୍ରଦାନ କରିଥଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।
ଫୁଲରେ ଭରି ଥିବା ବଗିଚା ସ୍ୱପ୍ନ ଦେଖିବା: ଯଦି ସ୍ୱପ୍ନରେ ଫୁଲରେ ଭରି ରହିଥିବା ବଗିଚା ଦେଖୁଛନ୍ତି ତେବେ ଏହା ଶୁଭ ସଂକେତ ଦେଇଥାଏ । ଶାସ୍ତ୍ର ମତରେ ଏହି ସ୍ୱପ୍ନକୁ କାହା ନିକଟରେ ପ୍ରକାଶ କରିବା ଉଚିତ୍ ନୁହେଁ । ନଚେତ୍ ଏହା ଆପଣ ଜୀବନରେ ସୁଖ ସମୃଦ୍ଦି ବଦଳରେ ମାଡି ଆସିବ ବିପଦ ।