SunstarTV
ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦାୟିତ୍ଵ ଗ୍ରହଣ ତୁରନ୍ତ ପରେ ସେ ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ତୃତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ସେ କୃଷକ ମାନଙ୍କ ପାଇଁ ବଡ ଖବର ଦେଇଛନ୍ତି । ପ୍ରଥମେ ପିଏମ କିଷାନ ନିଧି ଫାଇଲରେ ମୋଦୀ ଦସ୍ତଖତ କରିଛନ୍ତି । କାର୍ଯ୍ୟଭାର ସମ୍ଭାଳିବା ପରେ ପ୍ରଥମ ଫାଇଲ ଭାବରେ ଚାଷୀଙ୍କ ଫାଇଲ ହିଁ ପାସ୍ କରାଯାଇଛି ।
ସୂଚନାମୁତାବକ ଏହି ଯୋଜନା ଅଧୀନରେ ଦେଶର ମୋଟ ୯ କୋଟି ୩୦ ଲକ୍ଷ ଚାଷୀ ଉପକୃତ ହୋଇପାରିବେ । ଚାଷୀଙ୍କୁ ପ୍ରାୟ ୨୦ହଜାର କୋଟି ଟଙ୍କା ଦିଆଯିବ । ଫାଇଲରେ ଦସ୍ତଖତ କରିବା ପରେ ପିଏମ ମୋଦୀ କହିଛନ୍ତି ଯେ ଆମ ସରକାର କୃଷକଙ୍କ କଲ୍ୟାଣ ପାଇଁ ସେ ଏବଂ ତାଙ୍କ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ସେ କହିଛନ୍ତି ଯେ କୃଷକଙ୍କ କଲ୍ୟାଣ ପାଇଁ ଆମେ ଯଥାସମ୍ଭବ କାର୍ଯ୍ୟ କରିବୁ ।
ସେ ଦାୟିତ୍ବ ଗ୍ରହଣ କରିବା ମାତ୍ରେ ସେ ପ୍ରଥମେ ପିଏମ କିଷାନ ନିଧି ଯୋଜନା ଫାଇଲରେ ଦସ୍ତଖତ କରିଥିଲେ Iପିଏମ କିସାନ ସମ୍ମାନ ନିଧି ଯୋଜନା ଅଧିନରେ ଦେଶର ଲକ୍ଷ ଲକ୍ଷ ଚାଷୀମାନେ ଲାଭ ପାଉଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କ ଆକାଉଣ୍ଟକୁ ୨ ହଜାର ଲେଖାଏଁ କିସ୍ତି ଟଙ୍କା ଆସୁଛି ।