SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ସରିଛି ୨୪ ସାଧାରଣ ନିର୍ବାଚନ । ଲୋକସଭା ସମେତ ବିଧାନସଭା ଆସନ ପାଇଁ ଜନମତ ହୋଇଥିବା ବେଳେ ଭୋଟର ମାନେ ବାଛି ସାରିଛନ୍ତି ସେମାନଙ୍କ ସରକାର । ତବେ ଦେଶର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ପାଠ କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଗତକାଲି ରାଷ୍ଟ୍ରପତି ଭବନରେ ଶପଥ ପାଠ କରିଥିବା ବେଳେ ଗଠନ ହୋଇଛି ତାଙ୍କ ମନ୍ତ୍ରୀ ମଣ୍ଡଳ । ତେବେ ଏହି ମନ୍ତ୍ରୀ ମଣ୍ଡଳ ଗଠନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନେଇ ହେଉଛି ଚର୍ଚ୍ଚା । କାରଣ ସେ ଏକ ନିଆରା ରେକର୍ଡ କରିଛନ୍ତି । ଯାହାକୁ ନେଇ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଏନଡିଏ ସରକାରରେ କ୍ୟାବିନେଟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଛନ୍ତି ନିର୍ମଳା ସୀତାରମଣ । ସେ ମୋଦି ସରକାରରରେ ଲଗାତାର ତୃତୀୟ ଥର ପାଇଁ ସେ ମନ୍ତ୍ରୀ ଭାବରେ ଶପଥ ପାଠ କରିଛନ୍ତି । ଏଥିସହିତ ସେ ପ୍ରଥମ ମହିଳା ଭାବରେ ଷଷ୍ଠଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ କରିଛନ୍ତି । ୨୦୧୭ ମସିହାରେ ସେ ମୋଦି ମନ୍ତ୍ରୀମଣ୍ଡଳରେ ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ସାଜି ରେକର୍ଡ କରିଛନ୍ତି ।
ଏଥିସହିତ ଭାରତର ପ୍ରଥମ ମହିଳା ଭବେ ପୂର୍ଣ୍ଣକାଳ ଅର୍ଥମନ୍ତ୍ରୀ ସାଜି ମଧ୍ୟ ସୀତାରମଣ ଏକ ନିଆରା ରେକର୍ଡ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ସହ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏହି ଉପଲବ୍ଧି ଏଜାବତ୍ ପୂର୍ବତନ ପ୍ରଧାମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଛଡା ଆଉ କେହି ହାସଲ କରି ପାରି ନଥିଲେ । ଯାହାକୁ ନିର୍ମଳା ସୀତାରମଣ କରି ଦେଖାଇଛନ୍ତି ।