SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଭାରିଆନ୍ କ୍ୟାନ୍ସର ମହିଳାଙ୍କୁ ହେଉଥିବା ଏକ ମାରାତ୍ମକ ରୋଗ । ଯାହା ମହିଳାଙ୍କ ଅଣ୍ଡକୋଷ ବା ଓଭାରିରୁ ଆରମ୍ଭ ହୋଇ ଧିରେ ଧିରେ ଶରୀରରେ ବ୍ୟାପିଥାଏ । ଏହି କ୍ୟାନ୍ସର ଆରମ୍ଭରୁ ଜଣାପଡି ନଥାଏ । କାଣର ଏହାର ଲକ୍ଷଣ ସାଧାରଣ ହୋଇଥାଏ । ଫଳରେ ଏହାକୁ ଚିହ୍ନଟ କରିବା ବହୁତ କଷ୍ଟକର ହୋଇଥାଏ । କିନ୍ତୁ ଏହି ଓଭାରିଆନ୍ କ୍ୟାନ୍ସରର କିଛି ଲକ୍ଷଣ ଥାଏ । ଯହାକୁ ମହିଳାମାନେ ଆରମ୍ଭରୁ ହିଁ ଧ୍ୟାନ ଦେବା ଆବଶ୍ୟକ । ତେବେ ବର୍ତ୍ତମନ ଆସନ୍ତୁ ଜାଣିବା ସେହିସବୁ ଲକ୍ଷଣ କଣ । ଯାହା ଓଭାରିଆନ୍ କ୍ୟାନ୍ସରର ସଂକେତ ଦେଇଥାଏ ।
ପେଟ ଦରଜ କରିବା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଯଦି ପେଟର ତଳ ଭାଗରେ ବାରମ୍ବାର କିମ୍ବା ଲଗାତାର ଦରଜ ହେଉଥାଏ ତେବେ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ଏହାର ଯାଞ୍ଚ କରାଇ ନିଅନ୍ତୁ । କାରଣ ଏହି ପେଟ ଦରଜ ଓଭାରିଆନ୍ କ୍ୟାନ୍ସରର ସଂକତେ ଦେଇଥାଏ ଏବଂ ଏହା ତାର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ହୋଇଥାଏ । ଏହି ଦରଜ ପିଠିରେ ମଧ୍ୟ ହୋଇପାରେ ।
ଶୀଘ୍ର ପେଟ ପୁରିଯିବା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ କିମ୍ବା ଶୀଘ୍ର ପେଟ ପୁରିଯାଏ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଓଭାରିଆନ୍ କ୍ୟାନ୍ସରର ସଂକେତ ଦେଇଥାଏ । ତେବେ ଏପରି ଯଦି ହେଉଛି ତାହାଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଅସାମାନ୍ୟ ରକ୍ତସ୍ରାବ : ମେନୋପଜ ପରେ ଯଦି ରକ୍ତସ୍ରାବ ହେଉଛି କିମ୍ବା ଋତୁସ୍ରାବରେ ଅନିୟମିତତା ଦେଖାଦେଉଛି ତେବେ ଏହାକୁ କେବେ ଅବହେଳା କରନ୍ତୁ ନାହିଁ । ତୁରନ୍ତ ଡାକ୍ତଖାନା ଯିବା ସହ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । କାରଣ ଏହି ଲକ୍ଷଣ ଓଭାରିାନ୍ କ୍ୟାନ୍ସରର ମୁଖ୍ୟ କାରଣ ହୋଇଥାଏ ।
ଥକାପଣ ଏବଂ ଦୁର୍ବଳତା: ବିନା କୌଣସି କାମରେ ଯଦି ଆପଣଙ୍କୁ ବାରମ୍ବାର ଥକା ଲାଗୁଛି କିମ୍ବା ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଏହା ଏକ ସାଧାରଣ କଥା ନୁହେଁ । ଏପରି ହେଉଥିଲେ ଏହାକୁ ଅବହଳା କରନ୍ତୁ ନାହିଁ। କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏହା ଓଭାରିଆନ୍ କ୍ୟାନ୍ସରର ମୁଖ୍ୟ କାରଣ ଏବଂ ପ୍ରାରମ୍ଭିକ ଅବସ୍ଥା ହୋଇଥାଏ । ତେଣୁ ଏପରି କିଛି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ତେବେ ଆପଣଙ୍କୁ ଯଦି ଏହି ସବୁ ଲକ୍ଷଣ ଭିତରୁ କିଛି ବି ଅନୁଭବ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏଥିସହିତ ଶାରୀରିକ ଯାଞ୍ଚ , ଅଲଟ୍ରା ସାଉଣ୍ଡ, ସିଟି ସ୍କାନ୍, କିମ୍ବା ରକ୍ତ ପରିକ୍ଷା କରାଇ ନିଅନ୍ତୁ । ତେବେ ଓଭରିଆନ୍ କ୍ୟାନ୍ସରର ଲକ୍ଷଣ ଜାଣିବା ଏବଂ ଏହାର ତୁରନ୍ତ ଚିକିତ୍ସା କରିବା ନିତ୍ୟାନ୍ତ ଆବଶ୍ୟକ । ତେବେ ଆରମ୍ଭରୁ ହିଁ ଏହାର ଚିକିତ୍ସା ହୋଇପାରିଲେ ୯୦ ପ୍ରତିଶତ ମହିଳା ଏହି କ୍ୟାନ୍ସରରୁ ଭଲ ହୋଇ ପାରିବେ ।