SunstarTV
ରାଜନୀତିରୁ ସନ୍ନ୍ୟାସ ନେଲେ ଭିକେ ପାଣ୍ଡିଆନ । ଏହା ସହିତ ସାରା ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି । ନିଜର ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଏହି ସୂଚନା ଦେଇଛନ୍ତି ।
ବିଜେଡି ପରାଜୟ ପରେ ପ୍ରଥମଥର ଭିକେ ପାଣ୍ଡିଆନ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିଜର ଏକ ଭିଡିଓ ଜାରି କରି ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ରାଜନୀତିରେ କେବଳ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ପାଇଁ ଆସିଥିଲି । ଏହା ପଛରେ ମୋର କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ନଥିଲା । ମୁଁ ଗୋଟିଏ ଛୋଟ ଗାଁ ଏବଂ ଭଲ ପରିବାରରୁ ଆସିଛି । ନବୀନ ମୁଖ୍ୟମନ୍ତ୍ରୀ ନହେଲେ ସନ୍ନ୍ୟାସ ନେବେ ବୋଲି କହିଥିଲେ ।
୧୨ବର୍ଷ ତଳେ ସିଏମଙ୍କ ଅଫସିରେ ଯୋଗ ଦେଇଥିଲି । ନବୀନଙ୍କ ସହ ରହି ଅନେକ କିଛି ଶିଖିଛି ବୋଲି ସେ କହିଛନ୍ତି । ଏହା ସହିତ ମୋର ପୈତୃକ ସମ୍ପତ୍ତି ଛାଡି ଦେଲେ ମୋର କୌଣସି ଠାରେ ସମ୍ପତ୍ତି ନଥିବା କହିଛନ୍ତି ।
ଏହା ସହିତ ତାଙ୍କର ପ୍ରଚାରକୁ ନେଇ ବିଜେଡିର କୌଣସି ଯଦି କ୍ଷତି ହୋଇଛି ତାହାପାଇଁ ସେ ବିଜୁ ପରିବାରର ସମସ୍ତ କର୍ମୀଙ୍କୁ ଭୁଲ ମାଗିବା ସହିତ ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ।