SunstarTV
ଆଜି ତୃତୀୟଥର ପାଇଁ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । କିନ୍ତୁ ଠିକ ଏହା ପୂର୍ବରୁ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି। ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ସାଂସଦମାନେ କଲ୍ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ନେତା ମାନଙ୍କୁ ଫୋନ କଲ ଯାଇଛି ।
ପୂର୍ବାହ୍ନ ସାଢ଼େ ୧୧ଟାରେ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଚା’ପାନ ପାଇଁ ସାଂସଦଙ୍କୁ ଫୋନ୍ କଲ୍ କରାଯାଇଛି। ଏହା ବ୍ୟତୀତ ଜେଡିଏର ରାଜ୍ୟସଭା ସାଂସଦ ରାମ ନାଥ ଠାକୁରଙ୍କୁ ମଧ୍ୟ କଲ୍ କରାଯାଇଛି। ଏହା ସହିତ ରାଜନାଥ ସିଂ, ଜିତନ ରାମ ମାଝୀ ,ବିଜେପି ସଭାପତି ଜେପି ନଡ୍ଡାଙ୍କୁ କଲ୍ କରାଯାଇଛି। ଏହା ଭିତରେ ଓଡିଶାରୁ ସୁରେଶ ପୂଜାରୀଙ୍କ ନା ସାମିଲ ହୋଇଛି ସେ ଏବେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ।
ନାମଗୁଡିକ ଚୂଡାନ୍ତ ହେବା ପରେ ଏହି ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି । ସେମାନେ ମୋଦଙ୍କ ସହ ମଧ୍ୟ ଶପଥ ନେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।