SunstarTV
ଘୁଞ୍ଚିଲା ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ । ୧୦ ପରିବର୍ତ୍ତେ ୧୨ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ । ଦଳୀୟ ସୂତ୍ରରୁ ସୂଚନା ଏପରି ସୂଚନା ମିଳିଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ତାରିଖ ବଦଳିଛି। ମିଳିଥିବା ସୂଚନା ଅନୁସାରେ ୧୨ ତାରିଖ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ହୋଇପାରେ।
ସୂଚନା ଅନୁଯାୟୀ, ଆଜି ରାତିରେ ଓଡ଼ିଶା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ। ସେମାନେ ଓଡ଼ିଶା ଆସିବା ପରେ ଆସନ୍ତକାଲି ଦଳର ନବନିର୍ବାଚିତ ବିଧାୟକମାନଙ୍କୁ ନେଇ ବୈଠକ ହେବ। ଦଳର ସଂସଦୀୟ ବୋର୍ଡରେ ମୁଖ୍ୟମନ୍ତ୍ରୀ ପାଇଁ ଯେଉଁ ସବୁ ନାଁ ସ୍ଥିର ହୋଇଥିବା ତାକୁ ଏହି ବୈଠକରେ ଉପସ୍ଥାପନ କରାଯିବ। ଆଲୋଚନା ପରେ ଗୋଟିଏ ନାଁକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଛାଯିବ।